ପୁଣି ବଢ଼ିଲା ତେଲ ଦର: ଭୁବନେଶ୍ବରରେ ୧୧୧ରେ ପହଞ୍ଚିଲା ପେଟ୍ରୋଲ ଦାମ

ନୂଆଦିଲ୍ଲୀ: ପୁଣି ବଢିଲା ପେଟ୍ରୋଲ ଦର । ଦିଲ୍ଲୀରେ ୩୫ ପଇସା ବଢିଛି ପେଟ୍ରୋଲ ରେଟ୍ । ଦିଲ୍ଲୀରେ ପେଟ୍ରୋଲ ରେଟ୍ ୧୧୦ଟଙ୍କା ୪ ପଇସା ହୋଇଥିବା ବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ୯୮ଟଙ୍କା ୪୨ ପଇସା ରହିଛି ଡିଜେଲ ଦର । ସେପଟେ ମୁମ୍ବାଇରେ ପେଟ୍ରୋଲ ଦର ୧୧୫ଟଙ୍କା ୮୫ ପଇସା ଥିବା ବେଳେ ଡିଜେଲ ଦର ୧୦୬ଟଙ୍କା ୬୨ ପଇସା ରହିଛି ।

କୋଲକାତାରେ ୧୧୦ଟଙ୍କା ୪୯ ପଇସା ପେଟ୍ରୋଲ ଲିଟର ଥିବା ବେଳେ ଡିଜେଲ ଦର ୧୦୧ଟଙ୍କା ୫୬ ପଇସା ହୋଇଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୬ଟଙ୍କା ୬୬ ପଇସା ଥିବା ବେଳେ ଡିଜେଲ ଦର ୧୦୨ଟଙ୍କା ୫୯ ପଇସା ରହିଛି ।

ବଡ଼ କଥା ହେଲା ୩୫ପଇସା ବୃଦ୍ଧି ସହ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୧୧.୩ଟଙ୍କାରେ ପହଞ୍ଚିଛି। ଏହା ସହ ଡିଜେଲ ଲିଟର ପିଛ‌ା ୧୦୭.୩୯ଟଙ୍କା ରହିଛି। ମାଲକାନଗିରିରେ ଏବେ ପେଟ୍ରୋଲ ଲିଟର ପିଛା ୧୧୫.୯୦ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୧୧୨.୩୯ଟଙ୍କା ରହିଛି।

Leave a Reply