ଅନଲାଇନ ପେମେଣ୍ଟକୁ ନେଇ ସଂଘର୍ଷ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମାଡ଼ରେ ଡ୍ରାଇଭର ଗୁରୁତର

ଭୁବନେଶ୍ୱର: ଅନଲାଇନ ପେମେଣ୍ଟକୁ ନେଇ ଓଲା ଡ୍ରାଇଭରଙ୍କୁ ଆକ୍ରମଣ କଲେ ପେଟ୍ରୋଲ ପମ୍ପ କର୍ମଚାରୀ । ଭୁବନେଶ୍ବରର ନିଳାଦ୍ରୀବିହାର ପେଟ୍ରୋଲ ପମ୍ପରେ ଅନଲାଇନ ପେମେଣ୍ଟକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଡ୍ରାଇଭରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପେଟ୍ରୋଲ ପମ୍ପ କର୍ମଚାରୀମାନେ ଡ୍ରାଇଭରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ।
ସେପଟେ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଡ୍ରାଇଭରଙ୍କୁ ଭର୍ତ୍ତି କରାଯାଇଛି । ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଅଭିଯୋଗ ପରେ ପୋଲିସ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ସୂଚନା ମିଳିଛି ।