ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼, ଭାଇରାଲ ହେଲା ଭିଡିଓ…

1 min read
Petrol Pump

ଭୁବନେଶ୍ୱର: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼ । ସିସିଟିଭିରେ କଏଦ ହେଲା ପୁରା ଦୃଶ୍ୟ । ତେଲ ପକେଇବା ପରେ ପେଟ୍ରୋଲ ପମ୍ପ କର୍ମଚାରୀ ଜଣକ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରାଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୋଖରୀପୁଟ ଅଞ୍ଚଳରେ ।

ଭାଇରାଲ ହୋଇଥିବା ସିସିଟିଭି ଫୁଟେଜ୍‌ ଅନୁଯାୟୀ, ପ୍ରଥମେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ଆଉ ତା’ରେ ଉକ୍ତ କର୍ମଚାରୀଙ୍କୁ ଖୋଜିଥିଲେ । କର୍ମଚାରୀଙ୍କ ପାଇବା ପରେ ତାଙ୍କୁ ଟଣା ଓଟରା କରି ମାଡ଼ ମାରିଥିଲେ । ଦୁଇ ଜଣ ଯୁବକ ମାଡ଼ ମାରିବାର ମାତ୍ର କେଇ ସେକେଣ୍ଡ ଭିତରେ ତାଙ୍କ ଅନ୍ୟ ସାଙ୍ଗମାନେ ଆସି ସେଠାରେ ପହଞ୍ଚିଗଲେ । ଆଉ ସମସ୍ତେ ମିଳିମିଶି କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ତେବେ ଶେଷରେ ବ୍ଲାକ୍‌-ରେଡ୍‌ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଜଣେ ଯୁବକ ସେଠାରେ ପହଞ୍ଚିଥିଲେ ଆଉ ଫିଲ୍ମ ଷ୍ଟାଇଲ୍‌ରେ ତାଙ୍କୁ ମାଡ଼ ମାରି କ୍ୟାମେରା ଫୋକସ୍‌ରୁ ଆଉଟ୍‌ କରିଥିଲେ । ତେବେ କିଛି ସମୟ ପର୍ଯ୍ୟନ୍ତ ମାଡ଼ ମାରି ମନ ଶାନ୍ତି ହେବା ପରେ ସେଠାରୁ ସମସ୍ତେ ଚାଲି ଯାଇଥିଲେ ।

ସବୁଠାରୁ ବଡ଼ କଥା ହେଲା, ପମ୍ପରେ ଅନେକ ଲୋକ ତେଲ ପକେଇବା ପାଇଁ ଗାଡ଼ି ଧରି ଛିଡ଼ା ହୋଇଥିଲେ । ହେଲେ କେହି ବି ଜଣେ ଆସି ସେହି ଗଣ୍ଡଗୋଳକୁ ରୋକିବାକୁ ଚେଷ୍ଟା କରିନଥିଲେ । କିମ୍ବା ନୀରିହ କର୍ମଚାରୀଙ୍କୁ ମାଡ଼ ଖାଇବାରୁ ରକ୍ଷା କରିବାକୁ ଚେଷ୍ଟା କରି ନଥିଲେ । ସମସ୍ତେ ଘଟଣାର ମଜା ଉଠାଉଥିଲେ ।

Leave a Reply