ହ୍ରାସ ପାଇବ ତୈଳ ଦର, ୧୪ ଟଙ୍କା କମିପାରେ ପେଟ୍ରୋଲ ଦର

1 min read

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଇବ ତୈଳ ଦର । ଅଶୋଧିତ ତୈଳ ଦରରେ ହ୍ରାସ ହେତୁ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୪ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଆନ୍ତର୍ଜାତୀୟ ବଜାରରେ ଜାନୁଆରୀରୁ ଅଶୋଧିତ ତୈଳ ଦର କମ୍ ରହିଛି । ବର୍ତ୍ତମାନ ଅଶୋଧିତ ତୈଳ ଦର ୮୧ ଡଲାରକୁ ଖସି ଆସିଛି । ସେହିପରି ଆମେରିକାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୪ ଡଲାର ରହିଛି ।

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ଉଲ୍ଲେଖନୀୟ ହ୍ରାସ ଭାରତୀୟ ରିଫାଇନାରୀ ପାଇଁ ହାରାହାରି ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୨ ଡଲାରକୁ ହ୍ରାସ ପାଇଛି । ମାର୍ଚ୍ଚରେ ପ୍ରତି ବ୍ୟାରେଲ ପିଛା ୧୧୨.୮ ଡଲାର ଥିଲା । ତେବେ ଏହି ୮ ମାସ ମଧ୍ୟରେ ରିଫାଇନିଂ କମ୍ପାନୀଗୁଡ଼ିକ ପାଇଁ ଅଶୋଧିତ ତେଲର ମୂଲ୍ୟ ୩୧ ଡଲାର ହ୍ରାସ ପାଇଛି । ଅର୍ଥାତ ଗତ ୮ ମାସ ମଧ୍ୟରେ ଅଶୋଧିତ ତୈଳ ଦର ୨୭ ପ୍ରତିଶତ ହ୍ରାସ ପାଇଛି ।

ଏସଏମସି ଗ୍ଲୋବାଲ ଅନୁଯାୟୀ ଅଶୋଧିତ ତୈଳ ଦର ୧ ଡାଲର ହ୍ରାସ ହେଲେ ଦେଶର ତୈଳ କମ୍ପାନୀ ପ୍ରତି ଲିଟର ଅଶୋଧିତ ତୈଳର ବିଶୋଧନ ପାଇଁ ୪୫ ପଇସା ସଞ୍ଚୟ କରୁଛି । ସେହି ଅନୁଯାୟୀ ପେଟ୍ରୋଲ-ଡିଜେଲ ଦର ୧୪ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ତେବେ ଗୋଟିଏ ଥରରେ ଏହା କମ୍ ହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି ।