୮ ଦିନରେ ୭ ଥର ବୃଦ୍ଧି ପାଇଲାଣି ତେଲ ଦର, ଜାଣନ୍ତୁ ଆଜି ଲିଟର ପିଛା କେତେ ରହିଛି ଦର

Petrol And Disel Price Increaed Today

ନୂଆଦିଲ୍ଲୀ: ଆଜି ବି ପୁଣି ବଢ଼ିଲା ତେଲ ଦର । ଆଠଦିନରେ ୭ଥର ବଢ଼ିଲାଣି ପେଟ୍ରୋଲ ଓ ଡିଜେଲ ଦାମ । ଲଗାତର ୮ ଦିନ ମଧ୍ୟରେ ବଢ଼ିଲାଣି ୭ ଥର ଦର ।  ଆଜି ପେଟ୍ରୋଲ, ଡିଜେଲ ଲିଟର ପିଛା ୮୦ ପଇସା ଲେଖାଏ ବୃଦ୍ଧି ପାଇଥିବା ବେଳେ, ଡିଜେଲ ଲିଟର ପ୍ରତି ୭୦ ପଇସା ବୃଦ୍ଧି ପାଇଛି । ଗତ ଗୋଟିଏ ସପ୍ତାହକ ମଧ୍ୟରେ ତୈଳ ଦର ଲିଟର ପିଛା ମୋଟ ୪.୮୦ ପଇସା ବୃଦ୍ଧି ପାଇଛି । ଗତକାଲି ମଧ୍ୟ ୭ମ ଦିନରେ ଷଷ୍ଠ ଥର ପାଇଁ ତୈଳ ଦର ଦେଶରେ ବୃଦ୍ଧି କରାଯାଇଥିଲା ।

ନିର୍ବାଚନ ପରେ ଲଗାତାର ତେଲ ଦର ବଢୁଥିବାର ଦେଖିବାକୁ ମିଳିଛି । ର।ଷ୍ଟ୍ର।ୟତ୍ତ ତୈଳ କମ୍ପ।ନୀଗୁଡିକ ଦ୍ୱ।ର। କ୍ରମ।ଗତ ଭ।ବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯ।ଉଛି । ଯ।ହ। ଦ୍ବ।ର। ସ।ଧ।ରଣ ଲୋକ ନ।ହିଁ ନଥିବ।ର ହଇର।ଣ ହେଉଛନ୍ତି । ଏବଂ ଦେଶର ବିଭିନ୍ନ ସ୍ଥ।ନରେ ତୈଳଦର ଶହେ ଟପିଥିବ। ବେଳେ କେତେକ ସ୍ଥ।ନରେ ମଧ୍ୟ ୧୧୩ଟଙ୍କ। ଟପି ସ।ରିଲ।ଣି ପେଟ୍ରେ।ଲ ଦର ।

Petrol Diesel Prices Hiked For Fifth Consecutive Day Check

ସେହିପରି ଆଜି ଭୁବନେଶ୍ବରରେ ପେଟ୍ରୋଲ ୮୬ ଓ ଡିଜେଲ ୭୪ ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ୧୦୭ଟଙ୍କା ୧୧ପଇସା ହୋଇଥିବା ବେଳେ ଡିଜେଲ୯୬ଟଙ୍କା ୮୩ ପଇସା ହୋଇଛି । ଅହେତୁକ ଭାବେ ତେଲ ଦର ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।