ଦାଉ ସାଧୁଛି ତୈଳ ଦର, ଓଡ଼ିଶାରେ ୧୦୪ ଟଙ୍କା ଟପିଲା ପେଟ୍ରୋଲ

1 min read
Petrol Price Crossed Rs 100 Per Liter In 19 District Of Odisha

ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଦିନରେ ତୈଳଦର ବୃଦ୍ଧି ପାଇଛି । ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୨୫ ପଇସା ମହଙ୍ଗା ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପେଟ୍ରୋଲ ଲିଟର ପିଛା ୯୮ ଟଙ୍କା ୪୬ ପଇସା ରହିଥିବା ବେଳେ ଡିଜେଲ୍ ୮୮ ଟଙ୍କା ୯୦ ପଇସାରେ ପହଞ୍ଚିଛି । ମୁମ୍ବାଇରେ ପେଟ୍ରୋଲ ଦର ୧୦୪ ଟଙ୍କା ୫୬ ପଇସା ଓ ଡିଜେଲ୍ ୯୬ ଟଙ୍କା ୪୨ ପଇସାରେ ବିକ୍ରି ହେଉଛି ।

ଓଡ଼ିଶାର ୧୯ ଜିଲ୍ଲାରେ ପେଟ୍ରୋଲ୍ ଦର ୧୦୦ ଟଙ୍କା ଉପରେ ରହିଛି । ମାଲକାନଗିରିରେ ପେଟ୍ରୋଲ୍ ସର୍ବାଧିକ ୧୦୪ ଟଙ୍କା ୯୫ ପଇସା ରହିଥିବା ବେଳେ ଡିଜେଲ୍ ଦର ୧୦୧ ଟଙ୍କା ୭୯ ପଇସା ରହିଛି । କୋରାପୁଟ ଓ ନବରଙ୍ଗପୁରରେ ପେଟ୍ରୋଲର ଲିଟର ପିଛା ଦର ୧୦୩ ଟଙ୍କା ୪୩ ପଇସା ଥିବାବେଳେ ଡିଜେଲର ଦର ୧୦୦ ଟଙ୍କା ୯୪ ପଇସା ରହିଛି ।

Petrol Price Crossed Rs 100 Per Liter In 10 District Of Odisha

ସେହିଭଳି ରାୟଗଡ଼ାରେ ପେଟ୍ରୋଲ ଦର ୧୦୩ ଟଙ୍କା ୦୧ ପଇସା ଓ ଡିଜେଲ୍ ୧୦୦ ଟଙ୍କା ୫୧ ପଇସା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୨୪ ପଇସା ରହିଥିବା ବେଳେ ଡିଜେଲ୍ ୯୬ ଟଙ୍କା ୮୮ ପଇସାରେ ବିକ୍ରି ହେଉଛି । କଟକରେ ପେଟ୍ରୋଲଲ ଲିଟର ପିଛା ମୂଲ୍ୟ ୯୯ ଟଙ୍କା ୫୬ ପଇସା ଥିବାବେଳେ ଡିଜେଲ୍ ଦର ୯୭ ଟଙ୍କା ୧୯ ପଇସା ରହିଛି । ଦିନେ ଦୁଇଦିନ ମଧ୍ୟରେ ପେଟ୍ରୋଲ ଟ୍ୱିନ୍ ସିଟିରେ ମଧ୍ୟ ଶତକ ମାରିବ । ତୈଳଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବଢ଼ିବାରେ ଲାଗିଛି । ଯାହାଦ୍ୱାରା ପ୍ରଭାବିତ ହେଉଛନ୍ତି ଲୋକ ।

ଓଡ଼ିଶା ସହ ଦେଶର ଅନ୍ୟ କେତେକ ରାଜ୍ୟରେ ପେଟ୍ରୋଲ୍ ଦର ୧୦୦ ଉପରେ ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ,ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କାଶ୍ମୀର, ଲଦାଖ ଓ ତାମିଲନାଡ଼ୁରେ ଦାମ ବେଶ୍ ଉଚ୍ଚା ରହିଛି । ଅଶୋଧିତ ତୈଳଦର ବା କ୍ରୁଡ୍ ଅଏଲର ଦର ମଧ୍ୟ ସର୍ବୋଚ୍ଚ ସ୍ତରରେ ରହିଥିବାରୁ ଦାମ ବଢ଼ୁଛି ।

ଏଥିସହ ପଢ଼ନ୍ତୁ: ହୁ ହୁ ହୋଇ ବଢ଼ୁଛି ତୈଳଦର, ୯ ରାଜ୍ୟରେ ଶହେ ଟଙ୍କା ଡେଇଁଲା ପେଟ୍ରୋଲ

Leave a Reply