ପେଟ୍ରୋଲ୍ ଲିଟର ପିଛା ୩୫ ପଇସା ବୃଦ୍ଧି, ରାଜ୍ୟର ୬ ଜିଲ୍ଲାରେ ୧୦୦ ପାର୍ ଡିଜେଲ୍
ଭୁବନେଶ୍ୱର: ମହଙ୍ଗା ମାଡ଼ରୁ ମିଳୁନି ମୁକ୍ତି । ଆଜି ପୁଣିଥରେ ପେଟ୍ରୋଲ୍ ଦର ବଢ଼ିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି । ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୮୬ ପଇସାରେ ବିକ୍ରି ହେଉଛି । ତେବେ ଡିଜେଲ ଦର ବଢ଼ି ନାହିଁ । ଦିଲ୍ଲୀରେ ୧ ଲିଟର ଡିଜେଲର ଦର ୮୯ ଟଙ୍କା ୩୬ ପଇସା ରହିଛି ।
ବିଗତ କିଛିମାସ ହେଲା ଅଶୌଧିତ ତୈଳଦର ବଢ଼ିଥିବା ବେଳେ ଚାହିଦା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳଦର ଦାମ ବ୍ୟାରେଲ୍ ପିଛା ୭୫ ଡଲାର୍ ରହିଛି । ୨୦୧୮ ଅକ୍ଟୋବରରେ ବ୍ୟାରେଲ୍ ପିଛା ଦର ୮୦ ଡଲାରରୁ ଅଧିକ ଥିଲା । ସେତେବେଳେ ଦେଶରେ ପେଟ୍ରୋଲର ଦର ଲିଟର ପିଛା ୮୦ ଟଙ୍କା ପାଖାପାଖି ରହିଥିଲା । ଏବେ ଅଶୌଧିତ ତୈଳଦରର ମୂଲ୍ୟ କମ୍ ଥିବାବେଳେ ପେଟ୍ରୋଲର ଦର ୨୦ ଟଙ୍କାରୁ ଅଧିକ ବଢ଼ିଛି ।
ପେଟ୍ରୋଲ୍ ଦରବୃଦ୍ଧିର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିଛି । ରାଜ୍ୟରେ ପେଟ୍ରୋଲର ସର୍ବାଧିକ ଲିଟର ପିଛା ଦର ୧୦୫ ଟଙ୍କା ୩୭ ପଇସା ମାଲକାନଗିରିରେ ରହିଛି । ଟ୍ୱିନ୍ ସିଟି ସମେତ ଅନ୍ୟ ସମସ୍ତ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି । ସେହିଭଳି ରାଜ୍ୟର ୬ ଜିଲ୍ଲାରେ ଡିଜେଲ୍ ଦର ମଧ୍ୟ ଶହେ ଟଙ୍କା ଉପରେ ରହିଛି । ତୈଳଦର ବୃଦ୍ଧି ଖାଉଟିଙ୍କ ପକେଟକୁ ବେଶ୍ ବାଧୁଛି ।
ନଜର ପକାନ୍ତୁ ରାଜ୍ୟର କେଉଁ ଜିଲ୍ଲାରେ କେତେ ରହିଛି ତୈଳଦର
ସହର |
ପେଟ୍ରୋଲ ମୂଲ୍ୟ |
ଡିଜେଲ୍ ମୂଲ୍ୟ |
ଅନୁଗୁଳ | ୧୦୧ ଟଙ୍କା ୯୨ ପଇସା | ୯୮ ଟଙ୍କା ୬୦ ପଇସା |
ବାଲେଶ୍ୱର | ୧୦୧ ଟଙ୍କା ୩୪ ପଇସା | ୯୮ ଟଙ୍କା ୦୭ ପଇସା |
ବରଗଡ଼ | ୧୦୧ ଟଙ୍କା ୫୮ ପଇସା | ୯୮ ଟଙ୍କା ୩୧ ପଇସା |
ଭଦ୍ରକ | ୧୦୧ ଟଙ୍କା ୨୭ ପଇସା | ୯୮ ଟଙ୍କା |
ଭୁବନେଶ୍ୱର | ୧୦୦ ଟଙ୍କା ୬୬ ପଇସା | ୯୭ ଟଙ୍କା ୩୯ ପଇସା |
ବଲାଙ୍ଗିର | ୧୦୨ ଟଙ୍କା ୦୭ ପଇସା | ୯୮ ଟଙ୍କା ୭୭ ପଇସା |
ବୌଦ୍ଧ | ୧୦୨ ଟଙ୍କା ୦୭ ପଇସା | ୯୮ ଟଙ୍କା ୭୫ ପଇସା |
କଟକ | ୧୦୦ ଟଙ୍କା ୯୮ ପଇସା | ୯୭ ଟଙ୍କା ୭୦ ପଇସା |
ଦେବଗଡ଼ | ୧୦୧ ଟଙ୍କା ୩୯ ପଇସା | ୯୮ ଟଙ୍କା ୧୨ ପଇସା |
ଢେଙ୍କାନାଳ | ୧୦୧ ଟଙ୍କା ୩୮ ପଇସା | ୯୮ ଟଙ୍କା ୦୯ ପଇସା |
ଗଜପତି | ୧୦୨ ଟଙ୍କା ୯୧ ପଇସା | ୯୯ ଟଙ୍କା ୫୬ ପଇସା |
ଗଞ୍ଜାମ | ୧୦୧ ଟଙ୍କା ୭୮ ପଇସା | ୯୮ ଟଙ୍କା ୪୭ ପଇସା |
ଜଗତସିଂହପୁର | ୧୦୦ ଟଙ୍କା ୫୫ ପଇସା | ୯୭ ଟଙ୍କା ୨୬ ପଇସା |
ଯାଜପୁର | ୧୦୦ ଟଙ୍କା ୯୫ ପଇସା | ୯୭ ଟଙ୍କା ୬୫ ପଇସା |
ଝାରସୁଗୁଡ଼ା | ୧୦୦ ଟଙ୍କା ୬୨ ପଇସା | ୯୭ ଟଙ୍କା ୩୮ ପଇସା |
କଳାହାଣ୍ଡି | ୧୦୪ ଟଙ୍କା ୧୦ ପଇସା | ୧୦୦ ଟଙ୍କା ୭୩ ପଇସା |
କନ୍ଧମାଳ | ୧୦୨ ଟଙ୍କା ୨୦ ପଇସା | ୯୮ ଟଙ୍କା ୮୮ ପଇସା |
କେନ୍ଦ୍ରାପଡ଼ା | ୧୦୦ ଟଙ୍କା ୬୫ ପଇସା | ୯୭ ଟଙ୍କା ୩୬ ପଇସା |
କେନ୍ଦୁଝର | ୧୦୨ ଟଙ୍କା ୬୮ ପଇସା | ୯୯ ଟଙ୍କା ୩୨ ପଇସା |
ଖୋର୍ଦ୍ଧା | ୧୦୦ ଟଙ୍କା ୬୬ ପଇସା | ୯୭ ଟଙ୍କା ୩୯ ପଇସା |
କୋରାପୁଟ | ୧୦୫ ଟଙ୍କା ୨୭ ପଇସା | ୧୦୧ ଟଙ୍କା ୮୫ ପଇସା |
ମାଲକାନଗିରି | ୧୦୫ ଟଙ୍କା ୭୩ ପଇସା | ୧୦୨ ଟଙ୍କା ୩୦ ପଇସା |
ମୟୂରଭଞ୍ଜ | ୧୦୧ ଟଙ୍କା ୦୮ ପଇସା | ୯୭ ଟଙ୍କା ୮୧ ପଇସା |
ନବରଙ୍ଗପୁର | ୧୦୪ ଟଙ୍କା ୮୫ ପଇସା | ୧୦୧ ଟଙ୍କା ୪୫ ପଇସା |
ନୟାଗଡ଼ | ୧୦୧ ଟଙ୍କା ୦୬ ପଇସା | ୯୭ ଟଙ୍କା ୭୮ ପଇସା |
ନୂଆପଡ଼ା | ୧୦୩ ଟଙ୍କା ୩୫ ପଇସା | ୧୦୦ ଟଙ୍କା ୦୧ ପଇସା |
ପୁରୀ | ୧୦୦ ଟଙ୍କା ୮୮ ପଇସା | ୯୭ ଟଙ୍କା ୬୧ ପଇସା |
ରାୟଗଡ଼ା | ୧୦୪ ଟଙ୍କା ୩୨ ପଇସା | ୧୦୦ ଟଙ୍କା ୯୨ ପଇସା |
ସମ୍ବଲପୁର | ୧୦୧ ଟଙ୍କା ୯୪ ପଇସା | ୯୮ ଟଙ୍କା ୬୫ ପଇସା |
ସୋନପୁର | ୧୦୧ ଟଙ୍କା ୯୨ ପଇସା | ୯୮ ଟଙ୍କା ୬୩ ପଇସା |
ସୁନ୍ଦରଗଡ଼ | ୧୦୧ ଟଙ୍କା ୧୮ ପଇସା | ୯୭ ଟଙ୍କା ୯୧ ପଇସା |