spot_img

Latest Posts

ଅସ୍ତବ୍ୟସ୍ତ କରିଦେଲାଣି ତୈଳ ଦର ବୃଦ୍ଧି, ଦୁଇ ଦିନ ପରେ ପୁଣି ବଢ଼ିଲା ୩୫ ପଇସା

ନୂଆଦିଲ୍ଲୀ: ସମସ୍ତଙ୍କର ଏବେ ଗୋଟିଏ ଚିନ୍ତା ଦର ବୃଦ୍ଧି। ସେ ପନିପରିବା ଦର ହେଉକି ତୈଳ ଦର ହେଉ। ପ୍ରତି ଦୁଇ ଦିନ ବ୍ୟବଧାନରେ ବଢ଼ି ଚାଲିଛି ତୌଳ ଦର। ଏମିତି ଲାଗୁଛି ଯେମିତି ତୈଳ ଦର ବୃଦ୍ଧି ପାଇଁ ଆଉ ଗାଡ଼ି ଚଲାଇ ହେବ ନାହିଁ। ସାଧାରଣ ଲୋକଙ୍କୁ ତୈଳ ଦର ବୃଦ୍ଧି ଅସ୍ତବ୍ୟସ୍ତ କରିଦେଲାଣି। କାରଣ ଦୁଇ ଦିନର ବିରତି ପରେ ପୁଣି ତେଲ ଦରରେ ନିଆଁ ଲାଗିଛି।

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଉଭୟ ତୈଳ ଦରରେ ୩୫ ପଇସା ଲେଖାଏଁ ବଢାଇଛନ୍ତି ତୈଳ କମ୍ପାନୀ। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୪ ଟଙ୍କା ୭୯ ପଇସା ହୋଇଛି। ସେହିଭଳି ଡିଜେଲ ଦର ୯୩ ଟଙ୍କା ୫୪ ପଇସା ହୋଇଛି। ମୁମ୍ବାଇରେ କିନ୍ତୁ ତୈଳଦର ୩୬ ପଇସା ବୃଦ୍ଧି ପାଇଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୭୫ ପଇସା ହୋଇଥିବା ବେଳେ, ଡିଜେଲ ୧୦୧ ଟଙ୍କା ୪୦ ପଇସା ହୋଇଛି।

ସେହିଭଳି କୋଲକାତାରେ ପେଟ୍ରୋଲ ଦର ୧୦୫ ଟଙ୍କା ୪୩ ପଇସା ଓ ଡିଜେଲ ୯୬ ଟଙ୍କା ୬୩ ପଇସା ହୋଇଛି। ନୂଆ ଦର ଲାଗୁ ପରେ ଭୁବନେଶ୍ୱରରେ ପେଟ୍ରୋଲ ୧୦୫ ଟଙ୍କା ୭୧ ଓ ଡିଜେଲ ୧୦୨ ଟଙ୍କା ୨ ୬ପଇସା ହୋଇଛି। ମାଲକାନଗିରିରେ ପେଟ୍ରୋଲ ଦର ୧୧୧ ଟଙ୍କା ୨୪ ପଇସା ହୋଇଥିବା ବେଳେ ଡିଜେଲ ୧୦୭ ଟଙ୍କା ୩୭ ପଇସା ହୋଇଛି।

 

Latest Posts

Don't Miss