ଆଜି ପୁଣି ବଢ଼ିଲା ତୈଳ ଦର, ଦିଲ୍ଲୀରେ ୮୦ ପଇସା ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ
1 min readଭୁବନେଶ୍ୱର: ଆଜି ପୁଣି ବଢ଼ିଲା ତେଲ ଦର । ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୪୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୬୭ ପଇସା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୪ ପଇସା ବଢ଼ି ୧୧୮ ଟଙ୍କା ୪୧ ପଇସା ହୋଇଥିବା ବେଳେ ଡିଜେଲ ଦର ୮୫ ପଇସା ବଢ଼ି ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୭୫ ପଇସା ବଢ଼ି ୧୦୮ ଟଙ୍କା ୯୬ ପଇସା ଓ ଡିଜେଲ ଦର ୯୯ ଟଙ୍କା ୪ ପଇସା ହୋଇଛି । କୋଲକାତା ପେଟ୍ରୋଲ ଦର ୮୪ ପଇସା ବଢି ୧୧୩ ଟଙ୍କା ୩ ପଇସା ହୋଇଥିବା ବେଳେ ଡିଜେଲ ଦର ୮୦ ପଇସା ବଢି ୯୭ ଟଙ୍କା ୮୨ ପଇସାରେ ପହଞ୍ଚିଛି ।
In Chennai, the petrol & diesel prices per litre at Rs 108.96 (Increased by 75 paise) and Rs 99.04 and in Kolkata, the price of petrol is Rs 113.03 (increased by 84 paise) and diesel is Rs 97.82 (increased by 80 paise).
— ANI (@ANI) April 3, 2022
ଯଦି ଭୁବନେଶ୍ୱର କଥା କହିବା ତାହାଲେ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୫ ପଇସା ବଢ଼ି ୧୧୦ ଟଙ୍କା ୫୩ ପଇସା ଓ ୧୦୦ ଟଙ୍କା ୨୩ ପଇସାରେ ପହଞ୍ଚିଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ଦର ୮୪ ପଇସା ବଢ଼ି ୧୧୫ ଟଙ୍କା ୯୦ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ଦର ୫୮ ପଇସା ବୃଦ୍ଧି ପାଇ ୧୦୫ ଟଙ୍କା ୪୮ ପଇସାରେ ପହଞ୍ଚିଛି ।