୧୩୭ ଦିନ ପରେ ପୁଣି ବଢ଼ିଲା ତୈଳ ଦର
1 min readନୂଆଦିଲ୍ଲୀ: ପୁଣି ତେଲ ଦରରେ ଲାଗିଲା ନିଆଁ । ଦେଶରେ ନିର୍ବାଚନ ସରିବା ପରେ ପୁଣି ବଢ଼ିଲା ତେଲ ଦର । ନିର୍ବାଚନ ପାଇଁ ସ୍ଥିର ଥିବା ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୧୩୭ ଦିନ ପରେ ପୁଣି ବଢିଥିବା ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ୮୦ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ୪୧ ପଇସାରୁ ୯୬ ଟଙ୍କା ୨୧ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ୮୬ ଟଙ୍କା ୬୭ ପଇସା ଥିବାବେଳେ ଲିଟର ପିଛା ୮୭ ଟଙ୍କା ୪୭ରେ ପଇସାରେ ପହଞ୍ଚିଛି ।
Price of petrol & diesel in Delhi at Rs 96.21 per litre & Rs 87.47 per litre respectively today
Petrol & diesel prices per litre- Rs 110.82 & Rs 95.00 in Mumbai; Rs 105.51 & Rs 90.62 in Kolkata; Rs 102.16 & Rs 92.19 in Chennai respectively
(File pic) pic.twitter.com/2qWpUpleBo
— ANI (@ANI) March 22, 2022
ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୬ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୭୮ ପଇସାରୁ ବୃଦ୍ଧି ପାଇ ୧୦୨ ଟଙ୍କା ୭୪ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦର ଲିଟର ପିଛା ୯୧ ଟଙ୍କା ୬୨ ପଇସାରୁ ବୃଦ୍ଧି ପାଇ ୯୨ ଟଙ୍କା ୫୩ ପଇସାରେ ପହଞ୍ଚିଛି । ସେପଟେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୯୮ ପଇସାରୁ ବୃଦ୍ଧି ହୋଇ ୧୧୦ ଟଙ୍କା ୮୨ ପଇସା ହୋଇଛି । ସେହିପରି ଡିଜେଲ ୯୪ ଟଙ୍କା ୧୪ ପଇସାରୁ ୯୫ ଟଙ୍କାରେ ପହଞ୍ଚିଛି ।