କେନ୍ଦ୍ର ସରକାରଙ୍କ ପରେ ବିଭିନ୍ନ ରାଜ୍ୟ ସରକାର ଦେଲେ ପେଟ୍ରୋଲ-ଡିଜେଲ ଉପରେ ଆଶ୍ବସ୍ତି
3 min readନୂଆଦିଲ୍ଲୀ: ଦୀପାବଳିରେ ସାଧାରଣ ଲୋକଙ୍କୁ ଗିପ୍ଟ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ-ଡିଜେଲ ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଥିଲା । ତେବେ ଏ ଭିତରେ କେନ୍ଦ୍ର ସରକାର ଗତକାଲି ଏହାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଦୀପାବଳିର ପୂର୍ବ ସନ୍ଧ୍ୟାରୁ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ଆସନ୍ତା କାଲିଠାରୁ ପେଟ୍ରୋଲରେ ପ୍ରତି ଲିଟର ପିଛା ୫ ଟଙ୍କା କମିଥିବା ବେଳେ ଡିଜେଲରେ ପ୍ରତି ଲିଟର ପିଛା ୧୦ ଟଙ୍କା ହ୍ରାସ ପାଇଛି । କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମ୍ କରିଥିବାବେଳେ କିଛି ରାଜ୍ୟ ମଧ୍ୟ ଭାଟ୍ ହ୍ରାସ କରିଛନ୍ତି । ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ରାଜ୍ୟ ଉତ୍ତରପ୍ରଦେଶ, ଗୋଆ ସମେତ ବିହାର, ଆସାମ, ତ୍ରିପୁରା, ମଣିପୁର ଏବଂ କର୍ଣ୍ଣାଟକ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି । ଉତ୍ତରପ୍ରଦେଶ ଓ ଗୋଆ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ସବୁଠୁ ଅଧିକ ଭାଟ୍ ଛାଡିଥିବାବେଳେ ବିହାର ସବୁଠୁ କମ୍ ଭାଟ୍ ହ୍ରାସ କରିଛି । ୟୁପି ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୧୨ ଟଙ୍କା ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି । ଗୋଆ ସରକାର ମଧ୍ୟ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ ହ୍ରାସ କରିବ ବୋଲି ଘୋଷଣା କରିଛି । ଏଥିସହ ଉତ୍ତରାଖଣ୍ଡ ଓ ସିକ୍କିମ ମଧ୍ୟ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ ହ୍ରାସ କରିବା ପାଇଁ ଘୋଷଣା କରିଛି । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଟୁଇଟ କରି ପେଟ୍ରୋଲ-ଡିଜେଲ ଉପରୁ ୭ ଟଙ୍କା ଭାଟ୍ ହ୍ରାସ ହୋଇଛି ବୋଲି ଘୋଷଣା କରିଛନ୍ତି ।
In view of this decision & on the auspicious occasion of Diwali, I would like to announce that the State Government will be reducing the prices of Petrol & Diesel in the state by Rs.7/(seven) per liter as a Diwali gift. This will come into effect starting today i.e 04/11/2021
2/2— Prem Singh Tamang (Golay) (@PSTamangGolay) November 3, 2021
ବିହାର ସରକାର ସବୁଠାରୁ କମ୍ ଭାଟ୍ ହ୍ରାସ କରିଛି । ବିହାର ସରକାର ପେଟ୍ରୋଲ ଲିଟର ପ୍ରତି ୧ ଟଙ୍କା ୩୦ ପଇସା କମ୍ କରିଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ୧ ଟଙ୍କା ୯୦ ପଇସା କମ୍ କରିଛି । ବିହାର ପରେ ଆସାମ ସରକାର ମଧ୍ୟ ପେଟ୍ରୋଲ-ଡିଜେଲ ଶସ୍ତା କରିଛନ୍ତି ।
In Bihar there will be further reduction of state VAT by 1.30 Rs.on Petrol and 1.90 Rs .on Diesel apart from Rs5 & 10 Rs reduction on excise duty .Effectively Petrol will be cheaper by Rs.6.30 & Diesel by 11.90 in Bihar.@ABPNews @ANI @ZeeBiharNews @News18Bihar
— Sushil Kumar Modi (मोदी का परिवार ) (@SushilModi) November 3, 2021
ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ପେଟ୍ରୋଲ-ଡିଜେଲରେ ପ୍ରତି ଲିଟରେ ୭ ଟଙ୍କା କମ୍ କରିଛନ୍ତି । ସେହିପରି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଟୁଇଟ କରି ପେଟ୍ରୋଲ-ଡିଜେଲ ପ୍ରତି ଲିଟରରେ ୭ ଟଙ୍କା କମ୍ କରିଛନ୍ତି ।
Heartening to learn Central Govt decision to reduce excise duty on petrol and diesel. In consonance with the decision of Honble PM @narendramodi ,I am pleased to announce that Assam Govt will also reduce VAT on petrol and diesel by Rs 7/- with immediate effect @nsitharaman
— Himanta Biswa Sarma (Modi Ka Parivar) (@himantabiswa) November 3, 2021
କର୍ଣ୍ଣାଟକ ସରକାର ମଧ୍ୟ ଉଭୟ ପେଟ୍ରୋଲ-ଡିଜେଲରେ ପ୍ରତି ଲିଟରରେ ୭ ଟଙ୍କା ହ୍ରାସ କରିଛନ୍ତି । ୭ ଟଙ୍କା ହ୍ରାସ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଟୁଇଟ କରି କହିଛନ୍ତି ।
Our PM Shri @narendramodi ji has given the nation a wonderful Deepawali gift by reducing the burden of fuel prices.
To add to this festive spirit, Karnataka Government too will reduce Rs 7 on both petrol and diesel prices from tomorrow evening.
1/2— Basavaraj S Bommai (Modi Ka Parivar) (@BSBommai) November 3, 2021
ସେହିପରି ମଣିପୁର ସରକାର ମଧ୍ୟ ପେଟ୍ରୋଲ-ଡିଜେଲ ପ୍ରତି ଲିଟର ପିଛା ୭ ଟଙ୍କା କମ୍ କରିଛନ୍ତି । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ ସିଂ ଟୁଇଟ କରି କହିଛନ୍ତି ।
Heartily welcome PM @narendramodi Ji’s decision to reduce excise duty on petrol & diesel as a gift to the people of this Nation on this Diwali.
I’m also please to announce that the Govt. of Manipur will also reduce VAT on petrol and diesel each by Rs 7/- with immediate effect.
— N.Biren Singh (Modi Ka Parivar) (@NBirenSingh) November 3, 2021