୧୦ ଦିନରେ ଲଗାତର ୯ଥର ବଢିଲା ତୈଳ ଦର

ଭୁବନେଶ୍ୱର: ଆଜି ବି ପୁଣି ବଢିଲା ତେଲ ଦର । ୧୦ ଦିନରେ ଲଗାତର ୯ ଦିନ ଧରି ବଢିଚାଲିଛି ତୈଳ ଦର । ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୮୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୩.୦୭ ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲର ଦର ୮୪ ପଇସା ଲେଖାଏଁ ବଢିଛି ।

ଫଳରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୬.୭୨ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୧୦୦ ଟଙ୍କା ୯୪ ପଇସାରେ ପହଞ୍ଚିଛି । ଚେନ୍ନାଇରେ ୭୬ ପଇସା ଲେଖାଏ ବୃଦ୍ଧି ପାଇଛି ତୈଳ ଦର । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୪୫ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୭ ଟଙ୍କା ୫୨ ପଇସା ହୋଇଛି ।

ସେହିପରି କୋଲକାତାରେ ୮୦ ପଇସା ଲେଖାଏଁ ବଢି ପେଟ୍ରୋଲ ଦର ୧୧୧ ଟଙ୍କା ୩୫ ପଇସା ଓ ଡିଜେଲର ଦର ୯୬.୨୨ ପଇସାରେ ପହଞ୍ଚିଛି । ଏପଟେ ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦର ୮୫ ପାଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୮୨ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୯୮ ଟଙ୍କା ୫୩ ପଇସାରେ ପହଞ୍ଚିଛି ।

ବିଶ୍ୱବଜାରରେ ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫେବ୍ରୁଆରୀରେ ଅଶୋଧିତ ତୈଳଦର ୧୩୦ ଡଲାର ପ୍ରତି ବ୍ୟାରେଲ ଥିଲା ତାହା ଏବେ ହ୍ରାସ ପାଇ ୧୦୩ ଡଲାରରେ ପହଞ୍ଚିଛି । ତଥାପି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ବିଶେଷଜ୍ଞ ଅନୁସାରେ ତୈଳ ଦର ଏମଧ୍ୟରେ କମିବାର କୌଣସି ସମ୍ଭାବନା ନାହିଁ ।