୧୨୦ ଟପିଲା ପେଟ୍ରେଲ ଦର, ଡିଜେଲ ଦର ବି ଆକାଶଛୁଆଁ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ପେଟ୍ରୋଲ ଦର ବଢ଼ୁଥିବା ବେଳେ ଏବେ ଚାଳକଙ୍କୁ ଟିକିଏ ଆଶ୍ବସ୍ତି ମିଳିଛି । ଗତ ୧୮ ଦିନ ଧରି ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏଥିପାଇଁ ପ୍ରତିଦିନ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦର ଯୋଗୁ ଚିନ୍ତାରେ ଥିବା ଚାଳକଙ୍କୁ ଟିକିଏ ଆଶ୍ବସ୍ତି ମିଳିଛି ।  ଗତ ୭ ଏପ୍ରିଲରୁ ତେଲ ଦର ସ୍ଥିର ରହିଛି । ୬ ଏପ୍ରିଲରେ ତେଲ ଦର ଶେଷଥର ପାଇଁ ୮୦ ପଇସା  ବଢ଼ିଥିଲା ।

ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡର ସଦ୍ୟ ତଥ୍ୟ ଅନୁସାରେ ଦେଶରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ପ୍ରତି ଲିଟର ପିଛା ରହିଛି ୧୦୫ ଟଙ୍କା ୪୧ ପଇସା ରହିଛି । ସେହିପରି ଡିଜେଲର ଦର ରହିଛି ୯୬ ଟଙ୍କା ୬୭ ପଇସା । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଦର କିନ୍ତୁ ୧୨୦ ଟଙ୍କା ଟପିଯାଇଛି । ସେଠାରେ ପେଟ୍ରେଲ ଦର ରହିଛି ୧୨୦ ଟଙ୍କା ୫୧ ପଇସା । ଏବଂ ଡିଜେଲ ପ୍ରତି ଲିଟର ପିଛା ଦର ରହିଛି ୧୦୪ ଟଙ୍କା ୭୭ ପଇସା ।

ସେହିପରି  କଲିକତାରେ ପେଟ୍ରୋଲ ଦର ୧୧୫ଟଙ୍କା ୧୨ ପଇସା ଥିଲାବେଳେ ଡିଜେଲ ଦର ରହିଛି ୯୯ ଟଙ୍କା ୮୩ ପଇସା । ଚେନ୍ନାଇରେ ପେଟ୍ରୋଲ ୧୧୦ ଟଙ୍କା ୮୫ ପଇସା ଥିଲାବେଳେ ମଧ୍ୟପ୍ରଦେଶରେ ୧୧୮ ଟଙ୍କା ୨୬ ପଇସା ରହିଛି ।