ଏହି ରାଜ୍ୟରେ ୨୫ ଟଙ୍କା କମିଲା ପେଟ୍ରୋଲ-ଡିଜେଲ ଦର
1 min readରାଞ୍ଚି: ନୂଆ ବର୍ଷରେ ଶସ୍ତା ହେବ ପେଟ୍ରୋଲ-ଡିଜେଲ ଦର । ନୂଆ ବର୍ଷରେ ଝାଡଖଣ୍ଡବାସୀଙ୍କୁ ବଡ଼ ଉପହାର ଦେଇଛି ଝାଡଖଣ୍ଡ ସରକାର । ନୂଆ ବର୍ଷରେ ଶସ୍ତା ହେବାକୁ ଯାଉଛି ପେଟ୍ରୋଲ । ଟଙ୍କାଏ କି ଦୁଇ ଟଙ୍କା ନୁହେଁ ୨୫ ଟଙ୍କା ଶସ୍ତା ହେବାକୁ ଯାଉଛି ପେଟ୍ରୋଲ-ଡିଜେଲ ଦର। ଏନେଇ ଘୋଷଣା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କିନ୍ତୁ ଏହି ଶସ୍ତା ପେଟ୍ରୋଲ-ଡିଜେଲ କେବଳ ବିପିଏଲ କାର୍ଡ ଉପଭୋକ୍ତାଙ୍କୁ ହିଁ ମିଳିପାରିବ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି କି ଜାନୁଆରୀ ୨୬ରୁ ଝାଡଖଣ୍ଡରେ ବିପିଏଲ କାର୍ଡ ଉପଭୋକ୍ତାଙ୍କୁ ୨୫ ଟଙ୍କା ଶସ୍ତାରେ ପେଟ୍ରୋଲ-ଡିଜେଲ ମିଳିବ ।
पेट्रोल-डीजल के मूल्य में लगातार इजाफा हो रहा है, इससे गरीब और मध्यम वर्ग के लोग सबसे अधिक प्रभावित हैं। इसलिए सरकार ने राज्य स्तर से दुपहिया वाहन के लिए पेट्रोल पर प्रति लीटर ₹25 की राहत देगी, इसका लाभ 26 जनवरी 2022 से मिलना शुरू होगा:- श्री @HemantSorenJMM pic.twitter.com/MsinoGS60Y
— Office of Chief Minister, Jharkhand (@JharkhandCMO) December 29, 2021
ଝାଡଖଣ୍ଡ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଲଗାତର ଭାବରେ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ କମ୍ କରିବା ପାଇଁ ଦାବି କରୁଥିଲେ । ଆସୋସିଏସନ ସରକାରଙ୍କୁ ପେଟ୍ରୋଲରୁ ୫ ପ୍ରତିଶତ ଭାଟ୍ କମାଇବାକୁ ଦାବି କରିଥିଲେ । ସେମାନେ କହିଥିଲେ ଯଦି ସରକାର ଭାଟ୍ କମ୍ କରି ୨୨ ପ୍ରତିଶତରୁ କମାଇ ୧୭ ପ୍ରତିଶତକୁ କଲେ ସାଧାରଣ ଲୋକ ଏହା ଦ୍ୱାରା ବେଶ୍ ଉପକୃତ ହେବେ । ଆସୋସିଏସନ ଆହୁରି କହିଛି କି ଝାଡଖଣ୍ଡର ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାରେ ଡିଜେଲର ମୂଲ୍ୟ କମ୍ ରହିଛି । ଏଭଳି ପରିସ୍ଥିତିରେ ଝାଡଖଣ୍ଡରୁ ଚାଲୁଥିବା ଯାନଗୁଡିକ ପଡୋଶୀ ରାଜ୍ୟରେ ଡିଜେଲ ଭରୁଛନ୍ତି । ଯେଉଁଥିପାଇଁ ଝାଡଖଣ୍ଡ ସରକାରଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି ।
#WATCH | To provide relief to the poor, labourers & middle-class families of the state, Govt has decided to a give a subsidy of Rs 25 per liter petrol to two-wheeler owners from January 26: Jharkhand CM Hemant Soren pic.twitter.com/JplzDF3SVG
— ANI (@ANI) December 29, 2021
ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ହୋଇଥିଲେ । ପ୍ରତିଦିନ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଘଟିଥିଲା । କ୍ରମାଗତ ଭାବର ଦର ବୃଦ୍ଧି ହେବା ପରେ ଦୀପାବଳି ଅବସରରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ପାଞ୍ଚ ଟଙ୍କା ଓ ଡିଜେଲ ଉପରୁ ଦଶ ଟଙ୍କା ହ୍ରାସ କରି ଲୋକଙ୍କୁ ଆଶ୍ୱସ୍ତି ଦେଇଥିଲେ । କେନ୍ଦ୍ର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ସାରା ଦେଶରେ ତୈଳ ମୂଲ୍ୟ ହ୍ରାସ ପାଇଥିଲା । କେନ୍ଦ୍ର ସରକାର ଭାଟ୍ ହ୍ରାସ କରିବା ପରେ ବିଭିନ୍ନ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିଥିଲେ ।