spot_img

Latest Posts

ସାରା ଦେଶରେ ତୈଳ ସଙ୍କଟ: ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବବର: ଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ସାରା ଦେଶରେ ତେଲ ସଙ୍କଟ ଜାରି ରହିଥିବା ଜାରି ରହିଥିବାବେଳେ ବଢିଛି ତେଲ ଦର। ପେଟ୍ରୋଲ ଓ ଡିଜେଲ ଦର ୩ ଟଙ୍କା ଲେଖାଏ ବୃଦ୍ଧି ପାଇଛି। ସିଏନଜି ଦର ବି ବଢ଼ିଛି ୨ ଟଙ୍କା। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ହୋଇଛି ୯୭.୭୭ ଟଙ୍କା। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ହୋଇଛି ୯୦.୬୭ ଟଙ୍କା। ପଶ୍ଚିମ ଏସିଆ ସଙ୍କଟ କାରଣରୁ ଅନ୍ତର୍ଜାତୀୟ ବଜାରର ପ୍ରଭାବ ଭାରତୀୟ ଅଏଲ ମାର୍କେଟିଂ କମ୍ପାନୀ, କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଉପରେ ପଡିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ଧରି ଦେଶରେ ତୈଳ ଅଭାବ କାରଣରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲାଗି କଳ୍ପନା ଜଳ୍ପନା ପ୍ରକାଶ ପାଇଆସୁଥିଲା। ଏପରିକି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ପରେ ତୈଳ ଦର ବୃଦ୍ଧି ଘଟିବ ବୋଲି ଚର୍ଚ୍ଚା ଚାଲିଥିଲା।

ତେଣେ ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଘୋର ଅଭାବ। ସବୁଠି ହାହାକାର ସ୍ଥିତି। ଅଧିକାଂଶ ପେଟ୍ରୋଲ ପମ୍ପରେ ମିଳୁନି ତେଲ। ସବୁଠି ଶହ ଶହ ଯାନବାହନର ଲମ୍ବା ଲାଇନ। ଅଧିକାଂଶ ପେଟ୍ରୋଲ ପମ୍ପରେ ମରାଗଲାଣି ନୋ ଫୁଏଲ ବୋର୍ଡ। ବାଇକଠାରୁ ଆରମ୍ଭ କରି ବସ୍ ଓ ଟ୍ରକ ଠିଆ ହୋଇଛନ୍ତି ଲାଇନରେ। ମୁମ୍ବାଇ, ଦିଲ୍ଲୀ, ପାଟନା, ଡରୁକ. ଲକ୍ଷ୍ମୌ, ସୁରଟ, ବାରାଣସୀ ସମେତ ଦେଶର ଅଧିକାଂଶ ସହରରେ ସମାନ ସ୍ଥିତି ଦେଖିବାକୁ ମିଳିଛି।

Latest Posts

Don't Miss