ମହଙ୍ଗା ମାଡ଼, ପୁଣି ବଢ଼ିଲା ଡିଜେଲ୍ ସହ ପେଟ୍ରୋଲ୍ ଦର

1 min read
Petrol And Disel Price Increaed Today

ନୂଆଦିଲ୍ଲୀ: ସାଧାରଣ ଲୋକର ପକେଟକୁ ମହଙ୍ଗା ମାଡ଼ । ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ଲିଟର ପିଛା ୯ ପଇସା ମହଙ୍ଗା ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି । ଦେଶର ସମସ୍ତ ବଡ଼ ସହରରେ ପେଟ୍ରୋଲ୍ ଦର ଶହେ ପାର୍ କରିଛି ।

Petrol And Disel Price Increaed Today

କୋଲକାତାରେ ପେଟ୍ରୋଲ୍ ଲିଟର ପିଛା ଦର ରହିଛି ୧୦୦ ଟଙ୍କା ୬୨ ପଇସା । ଚେନ୍ନାଇ ଓ ମୁମ୍ବାଇରେ ପୂର୍ବରୁ ପେଟ୍ରୋଲ୍ ଦର ସେଞ୍ଚୁରୀ ମାରି ସାରିଛି । ମୁମ୍ବାଇରେ ମେ ୨୯କୁ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ପାର୍ କରିଥିବା ବେଳେ ଏବେ ଲିଟର ପିଛା ୧୦୬ ଟଙ୍କା ୫୯ ପଇସାରେ ବିକ୍ରି ହେଉଛି ।

କେଉଁ ସହରରେ କେତେ ଦର ?

ସହରପେଟ୍ରୋଲ ଦରଡିଜେଲ ଦର
ମୁମ୍ବାଇ୧୦୬ ଟଙ୍କା ୫୯ ପଇସା୯୭ ଟଙ୍କା ୧୮ ପଇସା
କୋଲକାତା୧୦୦ ଟଙ୍କା ୬୨ ପଇସା୯୨ ଟଙ୍କା ୬୫ ପଇସା
ଚେନ୍ନାଇ୧୦୧ ଟଙ୍କା ୩୭ ପଇସା୯୪ ଟଙ୍କା ୧୫ ପଇସା
ଭୋପାଳ୧୦୮ ଟଙ୍କା ୮୮ ପଇସା୯୮ ଟଙ୍କା ୪୦ ପଇସା
ବେଙ୍ଗଳୁରୁ୧୦୩ ଟଙ୍କା ୯୩ ପଇସା୯୪ ଟଙ୍କା ୯୯ ପଇସା
ପାଟଣା୧୦୨ ଟଙ୍କା ୭୯ ପଇସା୯୫ ଟଙ୍କା ୧୪ ପଇସା
ଚଣ୍ଡିଗଡ଼୯୬ ଟଙ୍କା ୭୦ ପଇସା୮୯ ଟଙ୍କା ୨୫ ପଇସା
ଲକ୍ଷ୍ନୌ୯୬ ଟଙ୍କା ୬୭ ପଇସା୯୦ ଟଙ୍କା ୦୧ ପଇସା
ରାଞ୍ଚି୯୫ ଟଙ୍କା ୭୦ ପଇସା୯୪ ଟଙ୍କା ୫୮ ପଇସା
ଭୁବନେଶ୍ୱର୧୦୧ ଟଙ୍କା ୩୭ ପଇସା୯୭ ଟଙ୍କା ୬୭ ପଇସା
Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner