ମହଙ୍ଗା ମାଡ଼, ପୁଣି ବଢ଼ିଲା ଡିଜେଲ୍ ସହ ପେଟ୍ରୋଲ୍ ଦର
ନୂଆଦିଲ୍ଲୀ: ସାଧାରଣ ଲୋକର ପକେଟକୁ ମହଙ୍ଗା ମାଡ଼ । ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ଲିଟର ପିଛା ୯ ପଇସା ମହଙ୍ଗା ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି । ଦେଶର ସମସ୍ତ ବଡ଼ ସହରରେ ପେଟ୍ରୋଲ୍ ଦର ଶହେ ପାର୍ କରିଛି ।
କୋଲକାତାରେ ପେଟ୍ରୋଲ୍ ଲିଟର ପିଛା ଦର ରହିଛି ୧୦୦ ଟଙ୍କା ୬୨ ପଇସା । ଚେନ୍ନାଇ ଓ ମୁମ୍ବାଇରେ ପୂର୍ବରୁ ପେଟ୍ରୋଲ୍ ଦର ସେଞ୍ଚୁରୀ ମାରି ସାରିଛି । ମୁମ୍ବାଇରେ ମେ ୨୯କୁ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ପାର୍ କରିଥିବା ବେଳେ ଏବେ ଲିଟର ପିଛା ୧୦୬ ଟଙ୍କା ୫୯ ପଇସାରେ ବିକ୍ରି ହେଉଛି ।
କେଉଁ ସହରରେ କେତେ ଦର ?
ସହର | ପେଟ୍ରୋଲ ଦର | ଡିଜେଲ ଦର |
ମୁମ୍ବାଇ | ୧୦୬ ଟଙ୍କା ୫୯ ପଇସା | ୯୭ ଟଙ୍କା ୧୮ ପଇସା |
କୋଲକାତା | ୧୦୦ ଟଙ୍କା ୬୨ ପଇସା | ୯୨ ଟଙ୍କା ୬୫ ପଇସା |
ଚେନ୍ନାଇ | ୧୦୧ ଟଙ୍କା ୩୭ ପଇସା | ୯୪ ଟଙ୍କା ୧୫ ପଇସା |
ଭୋପାଳ | ୧୦୮ ଟଙ୍କା ୮୮ ପଇସା | ୯୮ ଟଙ୍କା ୪୦ ପଇସା |
ବେଙ୍ଗଳୁରୁ | ୧୦୩ ଟଙ୍କା ୯୩ ପଇସା | ୯୪ ଟଙ୍କା ୯୯ ପଇସା |
ପାଟଣା | ୧୦୨ ଟଙ୍କା ୭୯ ପଇସା | ୯୫ ଟଙ୍କା ୧୪ ପଇସା |
ଚଣ୍ଡିଗଡ଼ | ୯୬ ଟଙ୍କା ୭୦ ପଇସା | ୮୯ ଟଙ୍କା ୨୫ ପଇସା |
ଲକ୍ଷ୍ନୌ | ୯୬ ଟଙ୍କା ୬୭ ପଇସା | ୯୦ ଟଙ୍କା ୦୧ ପଇସା |
ରାଞ୍ଚି | ୯୫ ଟଙ୍କା ୭୦ ପଇସା | ୯୪ ଟଙ୍କା ୫୮ ପଇସା |
ଭୁବନେଶ୍ୱର | ୧୦୧ ଟଙ୍କା ୩୭ ପଇସା | ୯୭ ଟଙ୍କା ୬୭ ପଇସା |