ଲଗାତାର ୧୩ ଦିନ ଧରି ଦେଶରେ ବଢିଚାଲିଛି ପେଟ୍ରୋଲ୍‌ ଓ ଡିଜେଲ ଦର, ପେଟ୍ରୋଲ ଲିଟର ପିଛା ୫୬ ପଇସା ବୃଦ୍ଧି

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର । ଲଗାତାର ୧୩ ଦିନ ଧରି ଦେଶରେ ବଢିଚାଲିଛି ପେଟ୍ରୋଲ୍‌ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୫୬ ପଇସା ଓ ଡିଜେଲ୍‌ ଲିଟର ପିଛା ୬୩ ପଇସା ବୃଦ୍ଧି ପାଇଛି । ଏହି ୧୩ ଦିନରେ ପେଟ୍ରୋଲ ୭ ଟଙ୍କା ୧୧ ପଇସା ବଢିଥିବାବେଳେ ଡିଜେଲ ୭ ଟଙ୍କା ୬୯  ପଇସା ବୃଦ୍ଧି ପାଇଛି ।

ଏହି ବର୍ଦ୍ଧିତ ଦର ପରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଏବେ ୭୮ ଟଙ୍କା ୩୭ ପଇସାରେ ପହଞ୍ଚିଛି ସେହିଭଳି ଡିଜେଲ୍‌ ଦର ୭୭ ଟଙ୍କା ୬ ପଇସା ରହିଛି । ଦିଲ୍ଲୀ, ସମେତ ମୁମ୍ବାଇ, ଚେନ୍ନାଇ, କୋଲକାତା, ପାଟନା, ଲକ୍ଷ୍ନୌରେ ମଧ୍ୟ ବଢିଛି ତୈଳ ଦର । ବଢୁଥିବା ଦରକୁ ନେଇ ଚିନ୍ତା ଜାହିର କରିଛନ୍ତି ଗ୍ରାହକ ।

Leave a Reply