ତୈଳଦରରେ ଲାଗିଛି ନିଆଁ, ଭୁବନେଶ୍ୱରରେ ୧୧୦ ଛୁଇଁବ ପେଟ୍ରୋଲ୍

1 min read
Petrol And Diesel Price Hiked By 35 Paisa Per Liter

ଭୁବନେଶ୍ୱର:  ଆଜି ପୁଣି ବଢିଲା ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ରାଷ୍ଟ୍ରୀ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ବୃଦ୍ଧି ପାଇ ଲିଟର ପିଛା ୧୦୮ଟଙ୍କା ୯୯ ପଇସା ହୋଇଛି । ସେହିଭଳି ଡିଜେଲ ଦର ୯୭ ଟଙ୍କା ୭୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ଟଙ୍କା ୮୧ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୫ ଟଙ୍କା ୮୬ ପଇସା ହୋଇଛି । କୋଲକାତାରେ ପେଟ୍ରୋଲ ଦର ୧୦୯ ଟଙ୍କା ୪୬ ପଇସା ଥିବାବେଳେ ଡିଜେଲ ଦର ୧୦୦ ଟଙ୍କା ୮୪ ପଇସା ହୋଇଛି । ଚେନ୍ନାଇରେ ପେଟ୍ରୋଲ୍ ୧୦୫ ଟଙ୍କା ୭୪ ପଇସା ହୋଇଥିବା ବେଳେ ଡିଜେଲ୍ ଦର ୧୦୧ଟଙ୍କା ୯୨ ପଇସା ହୋଇଛି ।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୧୦୯ ଟଙ୍କା ୯୬ ପଇସା ଥିବାବେଳେ ଡିଜେଲ୍ ରେଟ୍ ୧୦୬ ଟଙ୍କା ୬୨ ପଇସା ହୋଇଛି । ମାଲକାନଗିରିରେ ପେଟ୍ରୋଲ୍ ଦର ୧୧୫ ଟଙ୍କା ୫୫ ପଇସା ହୋଇଥିବା ବେଲେ ଡିଜେଲ୍ ଦର ୧୧୨ ଟଙ୍କା ୧ ପଇସାରେ ପହଞ୍ଚିଛି । ରାଉରକେଲା ସହରରେ ଆଜି ପେଟ୍ରୋଲ ଲିଟର ୧୧୧ ଟଙ୍କା ୦୭ ପଇସା,  ସ୍ପିଡ ପେଟ୍ରୋଲ ଲିଟର ୧୧୫ ଟଙ୍କା ୨୭ ପଇସା ଓ ଡିଜେଲ ଲିଟର ୧୦୭ ଟଙ୍କା ୬୯ ପଇସା ରହିଛି । ଲଗାତାର ଭାବେ ତେଲ ଦର ବୃଦ୍ଧି ଗ୍ରାହକଙ୍କ ପକେଟ୍ ଖାଲି କରିବାରେ ଲାଗିଛି ।

Leave a Reply