ତୈଳଦରରେ ଲାଗିଛି ନିଆଁ, ଭୁବନେଶ୍ୱରରେ ୧୧୦ ଛୁଇଁବ ପେଟ୍ରୋଲ୍
1 min readଭୁବନେଶ୍ୱର: ଆଜି ପୁଣି ବଢିଲା ତୈଳଦର । ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ରାଷ୍ଟ୍ରୀ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ବୃଦ୍ଧି ପାଇ ଲିଟର ପିଛା ୧୦୮ଟଙ୍କା ୯୯ ପଇସା ହୋଇଛି । ସେହିଭଳି ଡିଜେଲ ଦର ୯୭ ଟଙ୍କା ୭୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ଟଙ୍କା ୮୧ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୫ ଟଙ୍କା ୮୬ ପଇସା ହୋଇଛି । କୋଲକାତାରେ ପେଟ୍ରୋଲ ଦର ୧୦୯ ଟଙ୍କା ୪୬ ପଇସା ଥିବାବେଳେ ଡିଜେଲ ଦର ୧୦୦ ଟଙ୍କା ୮୪ ପଇସା ହୋଇଛି । ଚେନ୍ନାଇରେ ପେଟ୍ରୋଲ୍ ୧୦୫ ଟଙ୍କା ୭୪ ପଇସା ହୋଇଥିବା ବେଳେ ଡିଜେଲ୍ ଦର ୧୦୧ଟଙ୍କା ୯୨ ପଇସା ହୋଇଛି ।
Price of petrol & diesel in #Delhi at Rs 108.99 per litre (up by Rs 0.35)& Rs 97.72 per litre (up by Rs 0.35) respectively today
Petrol&diesel prices per litre-Rs 114.81 & Rs 105.86 in #Mumbai, Rs 109.46 & Rs 100.84 in #Kolkata; Rs 105.74& Rs 101.92 in #Chennai respectively pic.twitter.com/QBUZLVvVTG
— ANI (@ANI) October 30, 2021
ସେହିପରି ଭୁବନେଶ୍ୱରରେ ପେଟ୍ରୋଲ୍ ଦର ୧୦୯ ଟଙ୍କା ୯୬ ପଇସା ଥିବାବେଳେ ଡିଜେଲ୍ ରେଟ୍ ୧୦୬ ଟଙ୍କା ୬୨ ପଇସା ହୋଇଛି । ମାଲକାନଗିରିରେ ପେଟ୍ରୋଲ୍ ଦର ୧୧୫ ଟଙ୍କା ୫୫ ପଇସା ହୋଇଥିବା ବେଲେ ଡିଜେଲ୍ ଦର ୧୧୨ ଟଙ୍କା ୧ ପଇସାରେ ପହଞ୍ଚିଛି । ରାଉରକେଲା ସହରରେ ଆଜି ପେଟ୍ରୋଲ ଲିଟର ୧୧୧ ଟଙ୍କା ୦୭ ପଇସା, ସ୍ପିଡ ପେଟ୍ରୋଲ ଲିଟର ୧୧୫ ଟଙ୍କା ୨୭ ପଇସା ଓ ଡିଜେଲ ଲିଟର ୧୦୭ ଟଙ୍କା ୬୯ ପଇସା ରହିଛି । ଲଗାତାର ଭାବେ ତେଲ ଦର ବୃଦ୍ଧି ଗ୍ରାହକଙ୍କ ପକେଟ୍ ଖାଲି କରିବାରେ ଲାଗିଛି ।