ତୈଳ ଉପରୁ ଭାଟ୍ କମାଇଲେ ରାଜ୍ୟ ସରକାର, ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ୍

Petrol And Diesel Price Down In Odisha After State Reduced VAT

ଭୁବନେଶ୍ୱର: ନବୀନ ଦେଲେ ଖୁସି ଖବର । ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ୍ । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ୍ କରିବା ପରେ ରାଜ୍ୟ ସରକାର ମଧ୍ୟ ଲୋକଙ୍କ ହିତ ଦୃଷ୍ଟିରୁ ଭାଟ୍ ହ୍ରାସ କରିଛନ୍ତି । ଫଳରେ ମଧ୍ୟ ରାତ୍ରିରୁ ରାଜ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି ।

Petrol And Diesel Price Down In Odisha After State Reduced VAT

ଯାହାର ଫଳ ସ୍ୱରୂପ ଆଜି ସମଗ୍ର ରାଜ୍ୟରେ ତେଲଦର କମିଛି । ଭୁବନେଶ୍ୱରରେ ଗତକାଲି ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୮୮ ପଇସା ଥିଲା । ଆଜି ପେଟ୍ରୋଲ ଦର ୩ ଟଙ୍କା ୧୦ ପଇସା ହ୍ରାସ ପାଇ ୧୦୧ ଟଙ୍କା ୭୮ ପଇସାକୁ ଖସିଛି । ସେହିଭଳି ଲିଟର ପିଛା ୯୪ ଟଙ୍କା ୫୧ ପଇସାରେ ବିକ୍ରି ହେଉଥିବା ଡିଜେଲ ଦର ୯୧ ଟଙ୍କା ୬୨ ପଇସାକୁ ଖସିଛି ।

Petrol And Diesel Price Down In Odisha After State Reduced VAT

ପୂର୍ବରୁ ପେଟ୍ରୋଲ ଲିଟର ୧୧୧ ଟଙ୍କା ୦୩ ପଇସା ଥିଲା । ଡିଜେଲ ଦର ଲିଟର ପିଛା ୧୦୭ ଟଙ୍କା ୩୮ ପଇସା ଥିଲା । ଏକ୍ସାଇଜ ଡ୍ୟୁଟି ହ୍ରାସ ପରେ ପେଟ୍ରୋଲ ଦର ୬ ଟଙ୍କା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୭ ପଇସା କମିଥିଲା । ବର୍ତ୍ତମାନ ପୁଣି ରାଜ୍ୟ ସରକାରଙ୍କ ପଦକ୍ଷେପ ଫଳରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି ।

Leave a Reply