ରତ୍ନଭଣ୍ଡାର ମାମଲାରେ ଆବେଦନକାରୀ ସମୀର ମହାନ୍ତିଙ୍କୁ ଝଟକା

କଟକ : ରତ୍ନଭଣ୍ଡାର ମାମଲାରେ ଆବେଦନକାରୀଙ୍କୁ ଝଟକା  । ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ  । ଶ୍ରୀମନ୍ଦିର ପରିଚଳନା କମିଟି ଉପରେ ହାଇକୋର୍ଟଙ୍କ ରହିଛି ଅତୁଟ ବିଶ୍ବାସ । ତେଣୁ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରର ସୁରକ୍ଷା ନେଇ ପରିଚାଳନା କମିଟି କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଓଡିଶା ହାଇକୋର୍ଟ । ସୁପ୍ରିମକୋର୍ଟ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟରେ ହସ୍ତକ୍ଷେପ କରିନାହାନ୍ତି । ଏଭଳି ରାୟ ଦେଇ ହାଇକୋର୍ଟ ଆଜି ବିଜେପି ନେତା ସମୀର ମହାନ୍ତିଙ୍କ ପକ୍ଷରୁ ଆଗତ ପିଆଇଏଲକୁ ଖାରଜ କରିଛନ୍ତି । ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଶ୍ରୀଜିଉଙ୍କ ବିଭିନ୍ନ ଅଳଙ୍କାରର ତାଲିକା ପ୍ରସ୍ତୁତ ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ କ୍ଷମତା ସମ୍ପନ୍ନ କମିଟି ଗଠନ କରିବା ନେଇ ଯଦି ଶ୍ରୀମନ୍ଦିର ପରିଚାଳନା କମିଟି ଅନୁରୋଧ କରେ ତେବେ ଦୁଇ ମାସ ମଧ୍ୟରେ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ହାଇକୋର୍ଟ କହିଛନ୍ତି ।Puri Srimandir Bhitara Ratna Bhandara Keys Missing Since 1970, Reveals RTI  Report

ରତ୍ନଭଣ୍ଡାରରେ ସମ୍ପତ୍ତି ତାଲିକା ପ୍ରସ୍ତୁତ ଏବଂ ରତ୍ନଭଣ୍ଡାର ଭିତର କାନ୍ଥର ମରାମତି  ପ୍ରସଙ୍ଗରେ ପରିଚାଳନା କମିଟି ଗତ ଅଗଷ୍ଟ ୪ ତାରିଖରେ ନେଇଥିବା ପ୍ରସ୍ତାବ ଉପରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ । ଶ୍ରୀମନ୍ଦିର ପରିଚାଳନା କମିଟି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆଶା ଓ ବିଶ୍ବାସର ପ୍ରତୀକ । ତେଣୁ ପରିଚାଳନା କମିଟି ରତ୍ନଭଣ୍ଡାରର ସୁରକ୍ଷା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଶ୍ବାସ ରହିଥିବା ହାଇକୋର୍ଟ କହିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଏଏସଆଇ ମିଳିତ ଭାବେ ରତ୍ନଭଣ୍ଡାରର ସୁରକ୍ଷା ନେଇ କାର୍ଯ୍ୟ କରିବେ ବୋଲି ହାଇକୋର୍ଟ କହିଛନ୍ତି ।