ଦୁଗ୍ଧଠାରୁ ଶରୀର ପାଇଁ ବେଶୀ ଉପକାରୀ ବିୟର୍!

1 min read

ସାଧାରଣତଃ ବିଜ୍ଞାପନ ଅନୁସାରେ ଜଣାଇଦିଆଯାଏ ଯେ ଆଲକୋହଲ୍ ଶରୀର ପ୍ରତି ହିତକର ନୁହେଁ ବୋଲି । କିନ୍ତୁ ନିକଟରେ people for the ethical treatment of animals (ପେଟା) ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଏହାକୁ ଭୁଲ୍ ବୋଲି ପ୍ରମାଣିତ କରାଯାଇଛି । ତେବେ ‘ପେଟା’ର କହିବା ଅନୁଯାୟୀ ଦୁଗ୍ଧ ତୁଳନାରେ ବିୟର ଅଧିକ ସ୍ୱାସ୍ଥ୍ୟକର ପାନୀୟ ।

Image result for milk vs beer

ତେବେ ଆଗରୁ ଆମେ ଦୁଗ୍ଧର ଉପକାରିତା ସମ୍ବଦ୍ଧରେ ଜାଣିଥିଲୁ । ଏହା ଶରୀରର ବିକାଶରେ ସାହାର୍ଯ୍ୟ କରେ । ଏମିତିକି ଡାକ୍ତରଙ୍କ କହିବା ଅନୁସାରେ ଦିନକୁ ଆମକୁ ୨ ଗ୍ଲାସ୍ ଦୁଗ୍ଧ ସେବନ କରିବା ଆବଶ୍ୟକ ।

 

କ’ଣ କହୁଛି ଏହି ଗବେଷଣା-

ତେବେ ଗବେଷଣା ଅନୁଯାୟୀ ବିୟର୍ ଦୁଗ୍ଧ ତୁଳନାରେ ଅଧିକ ହିତକର । ଏହା ଆମ ଶରୀରର ହାଡ଼କୁ ସୁଦୃଢ କରିବା ସହ ଆମର ଜୀବନ ସୀମା ବୃଦ୍ଧି କରିଥାଏ । ଅନ୍ୟପଟେ ଦୁଗ୍ଧ ଆମ ଶରୀରରେ ମେଦବୃଦ୍ଧି, ମଧୁମେୟ, କର୍କଟ ଭଳି ରୋଗର କାରଣ ସାଜିଥାଏ ।

Image result for beer

ବିୟର୍ ର ଉପକାରିତା-

ବିୟରର ଉପକାରିତାକୁ ନେଇ ପୋଟା ପକ୍ଷରୁ କରାଯାଉଥିବା ଦାବିକୁ କେହିଁ ଗ୍ରହଣ କରିନଥିଲେ ସୁଦ୍ଧା ନିଜ ମନ୍ତବ୍ୟକୁ ଅଟଳ ରହିଛି ‘ପେଟା’ ।

‘ବିୟର୍’ ଯେଉଁଥିରେ କି ଆଲ୍‌କହଲ୍‌ର ମାତ୍ରା ରହିଛି ତାହା ସ୍ୱାସ୍ଥ୍ୟପ୍ରତି ହିତ ହେବା କଥା ଲୋକଙ୍କୁ ଚକିତ କରିଛି । ଖାଦ୍ୟଶସ୍ୟ ଯଥା- ବାର୍ଲି, ଗହମ, ଚାଉଳ, ମକାରୁ ପ୍ରସ୍ତୁତ ପୁଷ୍ଟିକର ପାଦାର୍ଥ ବିୟରରେ ରହିଛି । ଏହାସହ ସେଥିରେ ୯୦ ପ୍ରତିଶତ ଜଳ, ଫାଇବର, ଆଇରନ, କ୍ୟାଲସିୟମ୍ ଭଳି ସ୍ୱାସ୍ଥପୋକାରୀ ପଦାର୍ଥ ରହିଛି । ଏହା ଏକ ଆଣ୍ଟି ଅକ୍ସିଡାଣ୍ଟ୍ ପାନୀୟ ।

Leave a Reply