ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ, ଏକକାଳୀନ ୧୧ଟି ସ୍ଥାନରେ ରେଡ୍

1 min read

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ । PET ଜନାର୍ଦ୍ଦନ ସାହୁଙ୍କ ବାସଭବନରେ ଚାଲିଛି ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ଚଢ଼ାଉ । ପାତ୍ରପୁରର ପେଟ୍ରୋଲ ପମ୍ପ ସମେତ ପୈତୃକ ବାସଭବନ, ମଦ ଭାଟି ଓ ୩ଟି ଗୋଦାମରେ ରେଡ୍‌ କରିଛି ଭିଜିଲାନ୍ସ ।