ହୋଟେଲ ବୁକିଂ ସାଇଟରୁ ତଥ୍ୟ ଚୋରି: ୫୯ ଲକ୍ଷ ଲୋକଙ୍କ ଗୁପ୍ତତଥ୍ୟ ଗାଏବ

ସିଙ୍ଗାପୁର: ସିଙ୍ଗାପୁରରେ ସବୁଠାରୁ ବଡ଼ ଘୋଟାଲାର ପର୍ଦ୍ଦାଫାସ । ହୋଟେଲ ବୁକ୍ କରୁଥିବା ପ୍ରାୟ ୫୯ ଲକ୍ଷ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ହୋଇଛି ଚୋରି । ଯାହା ସାରା ବିଶ୍ବର ଦିନ ହଜାଇଛି ।  ବିଶେଷ କରି ଦକ୍ଷିଣ ପୂର୍ବ ଏସିଆଇ ଦେଶର ଲୋକଙ୍କ ଚିନ୍ତା ବଢ଼ାଇଛି । କାରଣ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ସିଙ୍ଗାପୁରକୁ ପୂରା ଦୁନିଆରୁ ଲାକେ ଆସିଥାନ୍ତି । ଏମାନଙ୍କ ମଧ୍ୟରେ ବହୁ ସେଲିବ୍ରିଟିଙ୍କ ସହ ରାଜନେତା ମଧ୍ୟ ଅଛନ୍ତି । ହୋଟେଲ ବୁକିଂ ସାଇଟ ରେଡଡ୍ରୋଜରୁ ଏହି ତଥ୍ୟ ଲିକ୍ ହୋଇଛି । ଏଥିରେ ସିଙ୍ଗାପୁର ବ୍ୟତୀତ ଦକ୍ଷିଣ ପୂର୍ବ ଏସିଆର ବହୁ ଗ୍ରାହକ ଅଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ତଥ୍ୟ ଚୋରି ଘଟଣା ପଦାକୁ ଆସିବା ପରେ ପର୍ସନାଲ ଡାଟା ପ୍ରୋଟେକ୍ସନ କମିଶନ (ପିଡିପିସି) ରେଡଡ୍ରୋଜ ଓ୍ବେବସାଇଟକୁ ପରିଚାଳନା କରୁଥିବା ସଂସ୍ଥା କୋମିସୋର ଉପରେ ୭୪ ହଜାର ସିଙ୍ଗାପୁର ଡଲାରର ଜରିମାନା ଲଗାଇଛି ।

ତେବେ ଜରିମାନା ଅର୍ଥକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । ୨୦୧୮ରେ ତଥ୍ୟ ପ୍ରଘଟ ମାମଲାରରେ ସିଙ୍ଗିଲ ହେଲଥ ଓ ଇଣ୍ଟିଗ୍ରେଟେଡ ହେଲଥ ଇନଫର୍ମସନ ସିଷ୍ଟମ ଉପରେ ୧୦ ଲକ୍ଷ ସିଙ୍ଗାପୁର ଡଲାରର ଜରିମାନା ଲାଗିଥିଲା । ଯାହା ତୁଳନାରେ ଏହି ଜରିମାନା ବହୁତ କମ ବୋଲି କୁହାଯାଉଛି । ପିଡିପିସି ପକ୍ଷରୁ ଏହାର ଜବାବ ଦିଆାଯାଇଛି । କରୋନା ମହାମାରୀ ସମୟରେ ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହୋଇଛି । ତାକୁ ଦୃଷ୍ଟିରେ ରଖି ଜରିମାନା ନିର୍ଦ୍ଧାରଣ କରାଯାଇଥବିା ପିଡିପିସି କହିଛି ।

ସିଙ୍ଗାପୁରରେ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନ ଆସିବା ପରେ ଏହା ସବୁଠାରୁ ବଡ଼ ତଥ୍ୟ ଚୋରି ଘଟଣା । ୨୦୨୦ ସେପ୍ଟେମ୍ବର ୧୯ରେ କୋମିସୋରକୁ ତଥ୍ୟ ଚୋରି ବିଷୟରେ ଜଣାପଡ଼ିଥିଲା । ଆମେରିକାର ଏକ ସାଇବର ସିକ୍ୟୁରିଟି କମ୍ପାନୀ ଏ ସମ୍ପର୍କରେ ସୂଚନା ଦେଇଥିଲା । ରେଡଡ୍ରୋଜ ତରଫରୁ କୁହାଯାଇଛି ପ୍ରାୟତଃ ଇଣ୍ଡୋନେସିଆ ଗ୍ରାହକଙ୍କ ତଥ୍ୟ ଅଧିକ ଚୋରି ହୋଇଛି । ଇଣ୍ଡୋନେସିଆ ବୁକିଂ ଓ୍ବେବସାଇଟର ସବୁଠାରୁ ବଡ଼ ମାର୍କେଟ । କମ୍ପାନୀର ପ୍ରାୟ ସବୁ ଗ୍ରାହକ ଦକ୍ଷିଣ ପୂର୍ବ ଏସିଆର । ପ୍ରଭାବିତ ହୋଇଥିବା ଲୋକଙ୍କ ମଧ୍ୟରେ ସିଙ୍ଗାପୁରର ୯୦୦୦ ଅଛନ୍ତି ।

ହ୍ୟାକର୍ସ ଗ୍ରାହକଙ୍କ ନାଁ, ଫୋନ ନମ୍ବର, ଇମେଲ ଆଡ୍ରେସ୍, ଜନ୍ମ ପ୍ରମାଣପତ୍ର, ରେଡଡ୍ରୋଜ ଆକାଉଣ୍ଟର ଇନକ୍ରିପଟେଡ ପାସଓ୍ବାର୍ଡ ଓ ବୁକିଂ ତଥ୍ୟ ଚୋରି କରିଛି । ହେଲେ ହ୍ୟାକର୍ସ ଗ୍ରାହକଙ୍କ କ୍ରେଡିଟ କାର୍ଡ ହ୍ୟାକ୍ କରିପାରନାହିଁ ।

Leave a Reply