୨୦ ବର୍ଷ ପାଣି ନ ପିଇ ପିଉଛନ୍ତି କୋଲ୍ଡ ଡ୍ରିଙ୍କସ, ଜାଣନ୍ତୁ କିଏ ସେହି ବ୍ୟକ୍ତି

ନୂଆଦିଲ୍ଲୀ: ମଣିଷ ପାଇଁ ପାଣି ନିହାତି ଆବଶ୍ୟକ । ଆମେ ପାଣି ନ ପିଇଲେ ବଞ୍ଚି ପାରିବା ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି, ବ୍ରିଟେନର ଜଣେ ବ୍ୟକ୍ତି ବିନା ପାଣିରେ ବଞ୍ଚିଛନ୍ତି ୨୦ ବର୍ଷ । ୨୦ ବର୍ଷ ପରେ ସେ ପାଣି ପିଇଛନ୍ତି । ଏବେ ଆଶ୍ଚର୍ଯ୍ୟର କଥା ସେ ଏତେ ଦିନ ଯାଏ ବଞ୍ଚିଲେ କିପରି? ଏହାର ଉତ୍ତର ହେଉଛି ସେ ପାଣି ଯାଗାରେ ପିଉଥିଲେ କୋଲ୍ଡ ଡ୍ରିଙ୍କସ୍ ।

ପ୍ରତିଦିନ ସେ ପାଣି ଯାଗାରେ ୩୦ଟା କେନ୍ କୋଲ୍ଡ ଡ୍ରିଙ୍କସ ପିଉଥିଲେ । ବ୍ରିଟେନରେ ରହୁଥିବା ୪୧ ବର୍ଷିୟ ଏହି ବ୍ୟକ୍ତି ଯେତେବେଳେ ୨୦ ବର୍ଷ ବୟସର ଥିଲେ ସେତେବେଳେ କୋଲ୍ଡ ଡ୍ରିଙ୍କସ ପିଇବା ଆରମ୍ଭ କରିଥିଲେ । ପ୍ରତିଦିନ ୩୦ଟା କେନ୍ ପିଉଥିବା ଏହି ବ୍ୟକ୍ତି ୭ ହଜାର ୟୁରୋ ବା ଭାରତୀୟ ମୁଦ୍ରାରେ ୬. ୭ ଲକ୍ଷ ଟଙ୍କାର କୋଲ୍ଡ ଡ୍ରିଙ୍କସ ପିଇଛନ୍ତି । ସେ ଦିନକୁ ୨ ହଜାର ଟଙ୍କାର କୋଲ୍ଡ ଡ୍ରିଙ୍କସ ପିଉଥିଲେ।  ଏବେ ଯାଏ ସେ ମୋଟ ୨୧୯, ୦୦୦ କେନ୍ କୋଲ୍ଡ ଡ୍ରିଙ୍କସ ପିଇ ସାରିଲେଣି ।

ଆଣ୍ଡି ନାମକ ଏହି ଯୁବକ ଦୁଇ ବର୍ଷର ଅନଲାଇନ୍ ହାଇପୋଥେରାପି ପରେ ଠିକ୍ ହୋଇଛନ୍ତି । ସେ କହିଛନ୍ତି, ମୋତେ ଥଣ୍ଡା ପାନୀୟ ବହୁତ ଭଲ ଲାଗେ । ଏହା ଛଡା ମୋତେ ଆଉ କିଛି ପସନ୍ଦ ଆସୁ ନଥିଲା । ହେଲେ ଏହା କେତେବେଳେ ନିଶାରେ ପରିଣତ ହୋଇଗଲା ତାହା ମୁଁ ଜାଣି ପାରିଲିନାହିଁ ।  ମୁଁ ରାତିରେ କାମ କରେ ଏଥିପାଇଁ ମୁଁ ୪ରୁ ୫ ବୋତଲ ଥଣ୍ଡା ପାନୀୟ ପିଇ ଦିଏ । ମୁଁ ଏକ ସୁପରମାର୍କେଟରେ କାମ କରେ । ଏଥିପାଇଁ ମୋତେ କିଣିବାରେ କିଛି ସମସ୍ୟା ହୁଏନି ।  ଥଣ୍ଡା ପାନୀୟ ବଟଲ କିଣି ମୁଁ ସିଧା ଘରକୁ ନେଇଆସେ ।

ଆଣ୍ଡି ଏହା ମାନିଛନ୍ତି ଯେ, ଥଣ୍ଡା ପାନୀୟ ପିଇବା ଯୋଗୁ ତାଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଛି । ସେ ଏଥିପାଇଁ ପଶ୍ଚାତାପ ବି କରିଛନ୍ତି ।