ନୀଳଗିରି ବିଧାୟକଙ୍କ ମନ୍ତବ୍ୟକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ: କହିଲେ, ଏହା ଏକ ଗୁରୁତର ଅପରାଧ

ବାଲେଶ୍ୱର: ନୀଳଗିରିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ନେଇ ବିଧାୟକ ଲେଖିଥିବା ବିବାଦୀୟ ଚିଠିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ମହାପ୍ରଭୁଙ୍କ ରଥଯାତ୍ରା ନେଇ ଖର୍ଚ୍ଚକୁ ଅଯଥା କହିବା ଅତ୍ୟନ୍ତ ଅଶୋଭନୀୟ । ଜଣେ ଜନ ପ୍ରତିନିଧି ଏବଂ ହିନ୍ଦୁ ଭାବେ ଏଭଳି ଚିଠି ଲେଖିବା ଆଦୌ ସମୁଚୀନ ନୁହେଁ । ଏହା ଏକ ପ୍ରକାର ଗୁରୁତର ଅପରାଧ ଭାବେ ମନେ କରନ୍ତିୁ ଜଣେ ଭକ୍ତ କହିଛନ୍ତି ।

ସେହିଭଳି ଅନ୍ୟ ଜଣେ ଭକ୍ତ କହିଛନ୍ତି ଯେ, ଏଠାରେ ହେଉଥିବା ଜଗନ୍ନାଥଙ୍କ ରଥଯାତ୍ରା ମନ୍ଦିର ଅର୍ଥରେ ହୋଇଥାଏ ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆସୁଥିବା ପାଣ୍ଠି ନଗନ୍ୟ । ବର୍ଷକୁ ମାତ୍ର ୧୦ରୁ ୧୨ ଟଙ୍କା ଆସିଥାଏ । କିନ୍ତୁ ଏ ସବୁ ବିଷୟରେ ନ ଜାଣି ଏଭଳି ମନ୍ତବ୍ୟ ରଖିବା ଅତ୍ୟନ୍ତ ଅଶୋଭନୀୟ ଏହା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ପ୍ରତି କୁଠାରଘାତ  । ସେ ଯଥାଶୀଘ୍ର ଏଥିଲାଗି କ୍ଷମା ପ୍ରାର୍ଥନା କରନ୍ତୁ ଏହା ପରେ ତାଙ୍କ ବିଷୟରେ ବିଚାର କରାଯିବ ।

ଏଥିସହିତ ପଢ଼ନ୍ତୁ: ବିଜେପି ବିଧାୟକଙ୍କ ବିବାଦୀୟ ଚିଠି: ‘ରଥ ନିର୍ମାଣ ଖର୍ଚ୍ଚ ଅଯଥା, ଏହାକୁ ତୁରନ୍ତ ବନ୍ଦ କର’

Leave a Reply