spot_img

Latest Posts

ନବୀନ ପଟ୍ଟନାୟକ ସରକାରଙ୍କ ଇତିହାସ : ଗୋଟିଏ ଦିନରେ ଲୋକଙ୍କ ସମସ୍ୟାର ହେଲା ସମାଧାନ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ସରକାରଙ୍କ ଇତିହାସ। ଗୋଟିଏ ଦିନରେ ଲୋକଙ୍କ ସମସ୍ୟାର ହେଲା ସମାଧାନ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଗୁଳ ଜିଲ୍ଲାର କିଶୋର ନଗର ଅନ୍ତର୍ଗତ ବଡପଡିଆ ଓ ଛେଣ୍ଡିପଦାର ବରସାହି ଫିଲ୍ଡରେ ଉପସ୍ଥିତ ଥିବା ଲୋକଙ୍କ ସହ କରିଥିଲେ ଆଲୋଚନା।

ସେହିପରି ସମ୍ବଲପୁରର ଜାମଦରପଲ୍ଲୀ ଫିଲ୍ଡ ଓ ରେଙ୍ଗାଳି ହାଇସ୍କୁଲ ଫିଲ୍ଡ ଏବଂ ହୀରାକୁଦସ୍ଥିତ ସୁବାସ ମଇଦାନରେ ଉପସ୍ଥିତ ଲୋକଙ୍କ ସହ ଆଲୋଚନା କରିଥିଲେ। ଅଭିଯୋଗର ଶୁଣାଣି କରି ଗୋଟିଏ ଦିନରେ ସ୍ଥାନୀୟ ଲୋକଙ୍କ ଆବଶ୍ଯକତାକୁ ପୂରଣ କରିବା ଲାଗି ସମସ୍ତ ପ୍ରକଳ୍ପକୁ ମଞ୍ଜୁର କରାଯାଇଥିଲା। ଅନୁଗୁଳ ଜିଲ୍ଲାର ୨୮୩ଟି ପ୍ରକଳ୍ପ ଲାଗି ୧୦ କୋଟି ୪୭ଲକ୍ଷ ଟଙ୍କା ଏବଂ ସମ୍ବଲପୁର ଜିଲ୍ଲାର ୪୦୮ଟି ପ୍ରକଳ୍ପ ଲାଗି ୧୨ କୋଟି ୫୯ ଲ୍‌କ୍ଷ ଟଙ୍କା ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ପ୍ରକଳ୍ପ ନେଇ ଅନୁରୋଧ କରିଥିବା ଲୋକଙ୍କ ମୋବାଇଲକୁ ବି ମଞ୍ଚୁରୀ ସଂକ୍ରାନ୍ତ ନିର୍ଦ୍ଦେଶନାମା ପଠାଇଦିଆଯାଇଥିଲା।

5T ଅଧ୍ୟକ୍ଷ ପାଣ୍ଡିଆନ କହିଥିଲେ- ଗତବର୍ଷ ଜୁଲାଇରେ ସେ ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା ଗସ୍ତ କରିଥିବାବେଳେ ମିଳିଥିବା ଅନୁରୋଧ ଅନୁସାରେ ଦୁଇ ଜିଲ୍ଲାରେ ୮୮୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଏହା ସହ ସାମାଜିକ ନିରାପତ୍ତା ପେନସନ, ମମତା ଯୋଜନା, ମିଶନ ଶକ୍ତି ଲାଗି ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଥିବା ବିଭିନ୍ନ ସହାୟତା ସୀମା ସମ୍ପର୍କରେ ବି ଅବଗତ କରାଇଥିଲେ ଫାଇଭ-ଟି ଅଧ୍ୟକ୍ଷ।

Latest Posts

Don't Miss