ଗୋଟେ ହାତରେ ଛତା ତ ଅନ୍ୟ ହାତରେ କମ୍ପୁଟର କି-ବୋର୍ଡ ଧରି କାମ କରୁଛନ୍ତି କର୍ମଚାରୀ

1 min read

ପୁରୀ: ଛତା ତଳେ ଚାଲିଛି ଉପ ଡାକ ଘର । ପୁରୀ ଜିଲ୍ଲା ଡେଲାଙ୍ଗ ବେରବୋଇ ସବ୍ ପୋଷ୍ଟ ଅଫିସ ଏବେ ଛତା ତଳେ । ଫନି ବାତ୍ୟା ପରଠାରୁ ଏଠାରେ ଏଭଳି ସ୍ଥିତି ରହିଛି । ବର୍ଷା ଦିନେ ଉପ ଡାକ ପାଳ, ଡାକ ସେବକଙ୍କ ସମେତ ସବୁ କର୍ମଚାରୀ ଏଭଳି ଛତା ତଳେ କାମ କରୁଛନ୍ତି । ଡେଲାଙ୍ଗ ଅଞ୍ଚଳର ୧୨ଟି ଶାଖା ଡାକ ଘରର ୨୪ରୁ ଅଧିକ କର୍ମଚାରୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।

ଗୋଟେ ହାତରେ ଛତା ତ ଅନ୍ୟ ହାତରେ କମ୍ପୁଟର କି-ବୋର୍ଡ ଧରି କାମ କରୁଛନ୍ତି କର୍ମଚାରୀ । ସେପଟେ ପାଦ ତଳେ ବର୍ଷା ପାଣି ଜମିଛି ରହିଛି । କେଉଁଠି ବର୍ଷା ପାଣିରେ କମ୍ପୁଟର ଓଦା ହେଲାଣି ତ ଆଉ କେଉଁଠି ସରକାରୀ ଫାଇଲ ଓ ଟେବୁଲ ଚେୟାର ଉପରେ ପାଣି ପଡୁଛି ।

ଖାଲି ସେତିକି ନୁହେଁ ଭଙ୍ଗା ଛାତ ଉପରୁ ମଝିରେ ମଝିରେ ସିମେଣ୍ଟ ପ୍ଲାଷ୍ଟର ଖସୁଛି । ଜୀବନକୁ ବାଜି ଲଗାଇ କର୍ମଚାରୀମାନେ କାମ କରୁଥିବା ଅଭିଯୋଗ କରିଛନ୍ତି । ଏଥିସହ ପୁରୁଣା ଛାତ ଘର ମରାମତି କରିବା କିମ୍ବା କାର୍ଯ୍ୟାଳୟକୁ ଅନ୍ୟତ୍ର ଉଠାଇ ନେବାକୁ ଦାବି କରାଯାଇଛି ।

Leave a Reply