ଲୁଚନ୍ତୁ ନାହିଁ, କୋଭିଡ୍ ଟେଷ୍ଟ କରି ସଂକ୍ରମଣ ରୋକନ୍ତୁ

1 min read

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢ଼ାଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ୨୪ ଘଣ୍ଟାରେ ଯାଜପୁରରୁ ୧୭ ପଜିଟିଭ୍ ଚିହ୍ନଟ ପରେ ଚିନ୍ତା ବଢ଼ିଛି । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିବା ପରେ ପୁଣିଥରେ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି । ଯେ କେହିବି ପଶ୍ଚିମବଙ୍ଗରୁ ଫେରିଥିଲେ, ଲକ୍ଷଣ ଥାଉ ବା ନଥାଉ ଲୁଚାନ୍ତୁ ନାହିଁ । ପ୍ରଶାସନକୁ ଜଣାଇବା ସହ ଅନ୍ୟକୁ ସଂକ୍ରମିତ କରିବାରୁ ରୋକନ୍ତୁ ।

‘ବଙ୍ଗ’ ଫେରନ୍ତା ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ସେମାନଙ୍କ ଦେହରେ କରୋନା ଭୂତାଣୁ ଲୁଚି ଥାଇପାରେ । ସେମାନେ କାହାରିକୁ ଅପେକ୍ଷା ନକରି ଜଣାନ୍ତୁ ଏବଂ କୋଭିଡ୍ ଟେଷ୍ଟ କରନ୍ତୁ । ସେମାନେ ଲୁଚି ରହିଲେ କରୋନା ସଂକ୍ରମଣ ବଢ଼ିବ, ଅଧିକ ଲୋକ ଆକ୍ରାନ୍ତ ହେବେ । ତେଣୁ, ସେମାନେ ଲୁଚାନ୍ତୁ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଏଥିସହ ଘରୋଇ କ୍ୱାରେଣ୍ଟାଇନ୍ ଅବା ସରକାରୀ କ୍ୱାରେଣ୍ଟାଇନରେ ପଶ୍ଚିମବଙ୍ଗ ଫେରନ୍ତା ରହିବା ପାଇଁ ସ୍ଥାନୀୟ ବିଡିଓ, ତହସିଲଦାର କିମ୍ବା ସରପଞ୍ଚଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି । କରୋନା ପରୀକ୍ଷା ମାଗଣାରେ ସରକାର କରୁଛନ୍ତି । କେହି ବି ଫ୍ଲୁ ଲକ୍ଷଣ ଜନିତ ଅସୁସ୍ଥତା ଅନୁଭବ କଲେ ୧୦୪କୁ କଲ୍ କରିବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ ।

କଟିକଟାର କୋଲକାତା ଲିଙ୍କ୍, ଆକ୍ରାନ୍ତଙ୍କ ମଧ୍ୟରେ ୨ ଶିଶୁ

Leave a Reply