ଲାନ୍ଥ ନଦୀରେ ବ୍ରିଜ୍ ନିର୍ମାଣ ଦାବିରେ ଲୋକଙ୍କ ଜଳ ସତ୍ୟାଗ୍ରହ

People Water Protest In Lanth River Demanding Bridge

କଣ୍ଟାବାଞ୍ଜି: ଆନ୍ଦୋଳନ… ହରତାଳ ପରେ… ଏବେ ଜଳ ସତ୍ୟାଗ୍ରହ । ଲାନ୍ଥ ନଦୀରେ ବ୍ରିଜ୍ ନିର୍ମାଣ ଦାବିରେ ଜାରି ରହିଛି ଲଢ଼େଇ । ବେଲପଡ଼ା ବ୍ଲକ ଓ ମୁରିବାହାଲ ବ୍ଲକର ଧୁମାଭଟା ଗାଁ ଓ କତରଲଗା ଗାଁ ଲାନ୍ଥ ନଦୀ ଉପରେ ବ୍ରିଜ୍ ନିର୍ମାଣ ପାଇଁ ଦାବି ହେଉଛି । ନଦୀରେ ବ୍ରିଜ୍ ଟିଏ ନଥିବାରୁ ୨ କିମି ରାସ୍ତା ପାଇଁ ୨୦ କିଲୋମିଟର ଘୁରି ଘୁରି ଯାଉଛନ୍ତି ଲୋକେ ।

People Water Protest In Lanth River Demanding Bridge

ମେଡିକାଲ ହେଉ କି କଲେଜ ଅବା କୌଣସି ସରକାରୀ କାର୍ଯ୍ୟାଳୟ ଯେଉଁଠିକୁ ଗଲେ ବି ଲାନ୍ଥ ନଦୀ ହୋଇ ପାର୍ ହୋଇଯିବାକୁ ପଡ଼େ । ଆଉ ବର୍ଷା ହେଲେ କଥା ସରିଲା । ନଦୀର ବଢ଼ି ପାରି ପାର୍ କରିବା ମୃତ୍ୟୁକୁ ବରଣ କରିବା । ଫଳରେ ଲୋକେ ଖରାଦିନକୁ ଛାଡ଼ିଦେଲେ ଅଲଗା ସମୟରେ ୨୦ କିଲୋମିଟର ବୁଲି ବ୍ଲକ କାର୍ଯ୍ୟାଳୟକୁ ଯାଆନ୍ତି । ଲାନ୍ଥ ନଦୀ ପାଇଁ ଏଭଳି ସମସ୍ୟା ଭୋଗୁଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓ ବେଲପଡା ବ୍ଲକ ସୀମାନ୍ତରେ ଥିବା ଗ୍ରାମବାସୀ ।

People Water Protest In Lanth River Demanding Bridge

ଲାନ୍ଥ ନଦୀରେ ବ୍ରିଜ୍ ନିର୍ମାଣ ନେଇ ସ୍ଥାନୀୟ ଗ୍ରାମବାସୀ ବହୁବାର ଦାବି ମଧ୍ୟ କରିଛନ୍ତି । ବ୍ରିଜ୍ ନିର୍ମାଣ ପାଇଁ ନେତା, ପ୍ରଶାସନ ସମସ୍ତେ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ତାହା ବାସ୍ତବତାର ରୂପ ନେଇନି । ଲାନ୍ଥ ନଦୀ ସେପେଟେ ବେଲପଡ଼ା ବ୍ଲକ ଆଉ ଏପଟେ ମୁରିବାହାଲ ବ୍ଲକ । ବ୍ରିଜ୍ ଟିଏ ନଥିବାରୁ ଲୋକେ ଯାତାୟାତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଟଣାଗଡ଼ରୁ ଟିଟିଲାଗଡ଼ ଭାୟା ଧୁମାଭଟା, କତରଲଗାକୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାରେ କତରଲଗା ଓ ଧୁମାଭଟା ମଧ୍ୟରେ ଏହି ନଦୀ ଉଭୟ ଅଞ୍ଚଳବାସୀଙ୍କୁ ବିଛିନ୍ନାଞ୍ଚଳ କରିଦେଇଛି ।

People Water Protest In Lanth River Demanding Bridge

ଦୁଇ ବ୍ଲକ ସୀମାନ୍ତରେ ଥିବା ଲାନ୍ଥନଦୀରେ ବ୍ରିଜ ନିର୍ମାଣ ହେଲେ ଦୁଇ ବ୍ଲକର ଲୋକଙ୍କ ଯାତାୟାତ ସୁବିଧା ହେବ । ବ୍ରିଜ୍ ନିର୍ମାଣ ପାଇଁ ଅନେକ ଥର ଦୁଇ ଗାଁ ଲୋକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି, ହେଲେ ଫଳ ଶୂନ୍ । ଶୁକ୍ରବାର କୋଶଳ ସମନ୍ୱୟ ସମିତି ସଦସ୍ୟଙ୍କ ସହ ଧୁମାଭଟା ଓ କତରଲଗା ଗାଁର ଲୋକ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିବା ସହ ପ୍ରଶାସନକୁ ଦାବି ପତ୍ର ଦେଇଛନ୍ତି ।

Leave a Reply