ଭୁଲିଗଲେ କରୋନା କଟକଣା, ନାଚ ଦେଖିବାକୁ ଏକାଠି ହେଲେ ସଂଖ୍ୟାଧିକ ଲୋକ
1 min readଜଳେଶ୍ୱର: ମହାମାରୀ କରୋନା ସଂକ୍ରମଣ ବଢ଼ୁଛି, ଆର୍ଥିକ କାରବାରକୁ ସ୍ୱାଭାବିକ କରିବାକୁ ପୁଣି ଆରମ୍ଭ ହେଉଛି ଗୋଟିଏ ପରେ ଗୋଟିଏ ସେବା । ତେବେ, ଅନଲକ ୪ରେ ରାଜ୍ୟ ସରକାର ସଭା ସମିତି କି ସାଂସ୍କୃତିକ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରିନାହାଁନ୍ତି । ସେପ୍ଟେମ୍ବର ୨୧ରୁ ଓପନ୍ ଏୟାର ଥିଏଟର ପାଇଁ ଅନୁମତି ଦିଆଯାଇଛି । ତେବେ, ଏହାରି ଭିତରେ ଲୋକ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରୁ ଆସିଛି କୋଭିଡ୍ ନିୟମ ଉଲ୍ଲଂଘନର ଅଭିଯୋଗ । ଯେଉଁଛି ଡ୍ୟାନ୍ସ ପ୍ରୋଗ୍ରାମ ଦେଖିବାକୁ ଲୋକେ କରୋନା କଟକଣାକୁ ପାସୋରି ଯାଇଛନ୍ତି । ସଂଖ୍ୟାଧିକ ଲୋକଙ୍କୁ ନେଇ ବିନା ମାସ୍କ ଓ ସାମାଜିକ ଦୂରତା ରକ୍ଷା ନକରି ଜମିଛି ନାଚ ଗୀତର ଆସର, ଆଉ ତାଳେ ତାଳେ ଝୁମୁଛନ୍ତି ଦର୍ଶକ । ଖୋଲାଖୋଲି ଭାବେ ବଜାର ଉପରେ କାର୍ଯ୍ୟକ୍ରମ ଚାଲିଛି ।
ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁର ହାଟ ନିକଟରେ ବିଶ୍ୱକର୍ମା ଓ ମନସା ପୂଜାରେ ନୃତ୍ୟ ସଂଗୀତର ଆସର ଜମିଥିଲା । କୋଭିଡ୍ ନିୟମ ନମାନି ଏକାଠି ହୋଇଥିଲେ ଶହ ଶହ ସଂଖ୍ୟାରେ ଦର୍ଶକ । ଏନେଇ ଖବର ପ୍ରସାରଣ ପରେ ଆକ୍ସନ୍ ମୋଡ୍କୁ ଆସିଛି ପ୍ରଶାସନ । ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଚଡ଼ାଉ କରାଯାଇଛି । ଆୟୋଜକଙ୍କୁ ୫୦ ହଜାର ଟଙ୍କା ଜରିମାନା କରିବା ସବ ଟେଣ୍ଟ ମାଲିକଙ୍କୁ ଅଟକ ରଖିଛି ପ୍ରଶାସନ ।
https://www.facebook.com/NandighoshaTV/videos/625844758052636