ସହରବାସୀଙ୍କୁ ପଚରାଯିବ ୨୧ଟି ପ୍ରଶ୍ନ, ଆଉ ତାପରେ ଆସିବ ରାଙ୍କିଂ ରିପୋର୍ଟ

ଭୁବନେଶ୍ୱର: ନିଜ ସହରର ମୂଲ୍ୟାୟନ କରିବେ ସହରବାସୀ । ଏହାକୁ ଆଧାର କରି ଦେଶର ସ୍ମାର୍ଟ ସିଟିଗୁଡିକର ର‍ାଙ୍କିଂ କରାଯିବ । ଏଥିରେ ସାମିଲ ହୋଇଛି ଦୁଇ ବର୍ଷ ହେଲା ସ୍ମାର୍ଟ ସିଟି ମାନ୍ୟତା ପାଇଥିବା ଭୁବନେଶ୍ୱର । ଏହାଦ୍ଵାରା ସହରବାସୀ କେତେ ଉପକୃତ ହୋଇଛନ୍ତି, ଏନେଇ ଲୋକ ମୂଲ୍ୟାୟନ କରିବେ । କେନ୍ଦ୍ର ସହରାଞ୍ଚଳ ଓ ଗୃହ ମନ୍ତ୍ର।ଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଲୋକଙ୍କ ଆର୍ଥିକ ସ୍ଥିତି, ପରିମଳ, ସ୍ୱାସ୍ଥ୍ୟସେବା, ଶିକ୍ଷା, ପରିବେଶ, ଜୀବିକା, ଆମୋଦ ପ୍ରମୋଦ ବ୍ୟବସ୍ଥା, ପାନୀୟ ଜଳ, ନାରୀ ସୁରକ୍ଷା, ସବୁଜିମା, ବିଦ୍ୟୁତ, ଜରୁରୀ ସେବା ଆଦି ନେଇ ଲୋକଙ୍କଠାରୁ ୨୧ଟି ପ୍ରଶ୍ନର ଉତ୍ତର ମଗାଯାଉଛି । ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ୍‌ରେ ଜନମତ ସଂଗ୍ରହ କରାଯାଉଛି । ଫେବ୍ରୁଆରି ପହିଲାରୁ ଆରମ୍ଭ ହୋଇଥିବା ଏହି ଜନମତ ସଂଗ୍ରହ ଫେବ୍ରୁଆରି ଯାଏ ଚାଲିବ । ଦେଶର ଶହେଟି ସ୍ମାର୍ଟ ସିଟି ମଧ୍ୟରେ ଆଗରେ ରହିବାକୁ ଆଶା ରଖିଛି ଭୁବନେଶ୍ୱର ।

Leave a Reply