spot_img

Latest Posts

କରୋନାରୁ ସୁସ୍ଥ ହେବାପରେ ବି ସୁରକ୍ଷିତ ବୋଲି ଭାବନ୍ତୁନି ! ଏହିସବୁ ଲକ୍ଷଣ ଥିଲେ ଫେରୁଛି ସଂକ୍ରମଣ…

ନୂଆଦିଲ୍ଲୀ: ସ୍ପେନରେ ପ୍ରାୟ ୭୦ ହଜାର ଲୋକଙ୍କୁ ନେଇ କରୋନା ଭାଇରସକୁ ନେଇ ଅଧ୍ୟୟନ କରାଯାଇଛି । ଅଧ୍ୟୟନରୁ ଜଣାପଡିଛି ଯେ କରୋନା ଆଣ୍ଟିବଡିଜ ପାଇଁ ପ୍ରଥମେ ପରିକ୍ଷାରେ ୧୪ ପ୍ରତିଶତ ଲୋକଙ୍କୁ ନିଆଯାଇଥିଲା ଯେଉଁଥିରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ପରେ ଆଣ୍ଟିବଡିଜ ପରୀକ୍ଷଣରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଅର୍ଥାତ୍ କିଛି ସପ୍ତାହ ମଧ୍ୟରେ ତାଙ୍କ ଶରୀରରୁ ଆଣ୍ଟିବଡିଜ ଗାଏବ ହୋଇଯାଇଥିଲା । ଅଧ୍ୟୟନ ପରେ ଡାକ୍ତରମାନେ କରୋନାରୁ ସୁସ୍ଥ ଥିବା ରୋଗୀମାନଙ୍କୁ ଚେତାବନୀ ଦେଇଛନ୍ତି ।

ଇଂଲଣ୍ଡର ୟୁନିଭରସିଟିର ଅଫ୍ ରିଡିଂ ବାୟରୋଲଜିର ପ୍ରଫେସର ଇଆନ୍ ଜୋନ୍ସ ଅଧ୍ୟୟନର ଫଳାଫଳ ପ୍ରକାଶ ପାଇବା ପରେ କହିଛନ୍ତି ଯେ,  ଯେଉଁମାନେ କରୋନାରୁ ସୁସ୍ଥ ହୋଇସାରିଛନ୍ତି ଏବଂ ଯଦି ସେମାନଙ୍କ ଆଣ୍ଟିବଡିଜ ପରୀକ୍ଷଣ ପଜିଟିଭ୍ ଆସିଛି, ତେବେ ସେମାନେ ନିଜକୁ କରୋନାଠାରୁ ସୁରକ୍ଷିତ ଭାବନ୍ତୁ ନାହିଁ ।

ପ୍ରୋ ଜୋନ୍ସ କହିଛନ୍ତି ଯେ ଯେଉଁମାନେ କରୋନା ଆଣ୍ଟିବଡିଜ ପରୀକ୍ଷଣର ରିପୋର୍ଟ ପଜିଟିଭ୍ ଆସିଛି ସେମାନେ ଯେ କରୋନା ଠାରୁ ସୁରକ୍ଷିତ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେଣୁ ଏହି ସମୟରେ ଲୋକମାନେ ମଧ୍ୟ ସଚେତନ ହେବା ଉଚିତ୍ । ସ୍ପେନରେ କରାଯାଇଥିବା ଅଧ୍ୟୟନରେ ଆଣ୍ଟିବଡି ସଂକ୍ରମିତ ଲୋକଙ୍କ ଶରୀରରୁ ୨ ମାସ ପରେ ଗାଏବ୍ ହୋଇଯାଉଥିବା ଦେଖିବାକୁ ମିଳିଥିଲା ।  ଏହା ପରେ, ଡାକ୍ତରମାନେ ଅନୁମାନ କରୁଛନ୍ତି ଯେ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କଠାରେ ଆଣ୍ଟିବଡିଜ ବହୁ ପରିମାଣରେ ବିକଶିତ ହୁଏ ନାହିଁ ।

Corona

ଏହାସହ, ଅଧ୍ୟୟନର ନେତୃତ୍ୱ ନେଇଥିବା ଡାକ୍ତରଙ୍କ ମଧ୍ୟରେ ସ୍ପେନର କାର୍ଲୋସ-୩ ହେଲଥ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ରକିଲ ୟୋତି କହିଛନ୍ତି – ‘ରୋଗ ପ୍ରତିରୋଧକ ଶକ୍ତି ଅସମ୍ପୂର୍ଣ୍ଣ ହୋଇପାରେ ଏବଂ ଅସ୍ଥାୟୀ ମଧ୍ୟ । ଏହା ଅଳ୍ପ ସମୟ ପାଇଁ ହୋଇପାରେ ଏବଂ ଗାଏବ ମଧ୍ୟ ହୋଇପାରେ । ଆମେ ସମସ୍ତେ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷା ଦେବା ଉଚିତ୍ ।

Latest Posts

Don't Miss