ଦିଗପହଣ୍ଡିରେ ପୋଲିସକୁ ସମ୍ମାନ ଜଣାଇ ପୁଷ୍ପ ବର୍ଷା
ଗଞ୍ଜାମ: କରୋନା ନେଇ ସ୍ଥିତି ଗମ୍ଭୀର । ସବୁ ସ୍ଥାନରେ କରୋନାକୁ ହରାଇବାକୁ ପ୍ରୟାସ । ଏବଂ ଏହି ପ୍ରୟାସରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ନର୍ସ ଏବଂ ପୋଲିସ ଭାଇମାନେ । କେତକ ସ୍ଥାନରେ ଏମାନଙ୍କୁ ସମ୍ମାନ ଜଣା ଯାଉଥିବା ବେଳେ କେତେ ସ୍ଥାନରେ ଏମାନଙ୍କୁ ବେଖାତିର କରି ଏମାନଙ୍କ ସହ ଓଲଟା ଝଗଡ଼ା କରୁଛନ୍ତି ଲୋକେ । କିନ୍ତୁ ଏଭଳି ପରିସ୍ଥିତିରେ ପୋଲିସମାନଙ୍କର ସାହସିକତା ଏବଂ ଦିନରାତି ଏକ୍ କରି ଯେଉଁ ପରିଶ୍ରମ କରୁଛନ୍ତି ସେମାନଙ୍କୁ ସମ୍ମାନ ଜଣାଇବାକୁ ଲୋକେ କରିଛନ୍ତି ଫୁଲ ବର୍ଷା ।
କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ବେଳେ ପୋଲିସ ଓ ପ୍ରଶାସନର କାର୍ଯ୍ୟକୁ ସବୁ ସ୍ଥାନରେ ପ୍ରଶଂସା କରାଯାଉଛି । ତେଣୁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ ଫୁଲ ବର୍ଷା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । କରୋନା ମୁକାବିଲା ପାଇଁ ଲୋକଙ୍କୁ ସତର୍କ ଓ ସଚେତନ କଲାବେଳେ ଲୋକେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ ଫୁଲବର୍ଷା କରିଛନ୍ତି ।
ଦିଗପହଣ୍ଡି ତହସିଲ୍ଦାର ଅଦ୍ୱେତ କୁମାର ସ୍ୱାଇଁ ଦୀର୍ଘବର୍ଷ ହେଲା କେମୋ ନେଇ କ୍ୟାନସର ସହ ସଂଗ୍ରାମ କରୁଥିବା ସତ୍ତ୍ଵେ ଏବେ ଲୋକଙ୍କ ଜୀବନ ରକ୍ଷା ପାଇଁ କରୋନା ସହ ଲଢୁଛନ୍ତି । ତାଙ୍କର ଏଭଳି କାମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ପୋଲିସ ସହିତ ମିଶି ଦିଗପହଣ୍ଡି ତହସିଲଗାର ଅଦ୍ୱେତ କୁମାର ସ୍ୱାଇଁ ଲୋକଙ୍କୁ ସଚେତନ କରିବା ବେଳେ ଲୋକମାନେ ସେମାନଙ୍କ ଉପରେ ଫୁଲବର୍ଷା କରିଥିଲେ ।