ଇଣ୍ଡେ।ନେସିଆ ପାଇଁ ବିଜୁବାବୁଙ୍କ ଅବଦାନର ସ୍ମୃତି ରୋମନ୍ଥନ, ଫଟୋ ମନେ ପକାଇଲା ବିରଳ ମୁହୂର୍ତ୍ତ

1 min read

ନୂଆଦିଲ୍ଲୀ: ବିଜୁ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ଦେଶ ବିଦେଶର ଅତିଥି । ଅବସର ଥିଲା ଭାରତ-ଇଣ୍ଡେ।ନେସିଆ ସମ୍ପର୍କ ଶୀର୍ଷକ ଆଲୋଚନାଚକ୍ର ଓ ଫଟୋ ପ୍ରଦର୍ଶନୀ । ନୂଆଦିଲ୍ଲୀର ମୋତିଲାଲ ନେହେରୁ ଲାଇବ୍ରେରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଅତିଥିମାନେ ଯୋଗଦେଇ ଭାରତ-ଇଣ୍ଡେ।ନେସିଆ ସୁ-ସମ୍ପର୍କ, ଇଣ୍ଡେ।ନେସିଆ ପାଇଁ ବିଜୁବାବୁଙ୍କ ଅବଦାନର ସ୍ମୃତି ରୋମନ୍ଥନ କରିଥିଲେ ।ଫଟୋ ଓ ବିଭିନ୍ନ ସାମଗ୍ରୀ ଭାରତ-ଇଣ୍ଡେ।ନେସିଆ ମଧୁର ସମ୍ପର୍କର ସଂକେତ । ସାମ୍ପ୍ରତିକ ସ୍ଥିତି ସହ ସ୍ମୃତିକୁ ଉଦ୍‌ଜୀବିତ କରିଛି ଏହି ପ୍ରଦର୍ଶନୀ । ଫଟୋ ପ୍ରଦର୍ଶନୀ ଧରି ରଖିଥିଲା ଅନେକ ବିରଳ ମୁହୂର୍ତ୍ତ । ଏହି ଅବସରରେ ଇଣ୍ଡେ।ନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମସ୍ତେ ମନେ ପକାଇଥିଲେ । ଆଲୋଚନାର ଫୋକସରେ ଥିଲେ ମହାନ ଜନନାୟକ, ଦୂରଦ୍ରଷ୍ଟା, ରାଷ୍ଟ୍ର ନିର୍ମାତା ବିଜୁ ପଟ୍ଟନାୟକ ।ଇଣ୍ଡେ।ନେସିଆର ମୁକ୍ତି ସଂଗ୍ରାମ ବେଳେ ଡଚ୍‌ ସେନାର ଘେରାବନ୍ଦୀରେ ରହି ଯାଇଥିଲେ ସେ ଦେଶର ଅନେକ ନେତା । ସାହାଯ୍ୟ ପାଇଁ ନିବେଦନ ପରେ ନିଜର ପ୍ରିୟ ଡାକୋଟା ବିମାନ ସହ ଉଡ଼ି ଯାଇଥିଲେ ଦୁଃସାହସୀ ପାଇଲଟ୍‌ ବିଜୁ ପଟ୍ଟନାୟକ । ଉଦ୍ଧାର କରିଥିଲେ ଡକ୍ଟର ସୁଲତାନ ସାହ୍ରିରଙ୍କୁ । ଏଥିପାଇଁ ବିଜୁବାବୁଙ୍କୁ ଇଣ୍ଡେ।ନେସିଆ ‘ଭୂମିପୁତ୍ର’ ଓ ‘ବିନ୍‌ତଙ୍ଗ ଯଶ ଉତ୍ତମ’ ଉପାଧି ପ୍ରଦାନ କରିଥିଲା ।କାର୍ଯ୍ୟକ୍ରମରେ ସମସ୍ତଙ୍କ ମୁହଁରେ ଥିଲା ବିଜୁଙ୍କ ବୀରତ୍ୱର ଗାଥା । ଏହି ଆଲୋଚନାଚକ୍ର ଓ ଫଟୋ ପ୍ରଦର୍ଶନୀକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ, ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଉଦ୍‌ଘାଟନ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।

Leave a Reply