ଦିଲ୍ଲୀରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ । ଦେବାକୁ ପଡୁଛି ୧୫ ମିନିଟ୍ ପାଇଁ ୨୯୯ ଟଙ୍କା । କିଏ ଓ କାହିଁକି ନେଉଛି ଏ ଟଙ୍କା ?

1 min read

ନୁଆଦିଲ୍ଲୀ : ନୁଆଦିଲ୍ଲୀରେ ଅକ୍ଟୋବର ମାସରୁ ପ୍ରଦୂଷଣର ମାତ୍ରା ଏତେ ଜଟିଳ ପରିସ୍ଥିତିରେ ପହଞ୍ଚିଛି ଯେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହେଇପଡିଲେଣି । ଦିନ ୧୨ଟାରେ ବି ପରିବେଶ ପରିଷ୍କାର ଦେଖାଯାଉନାହିଁ । ନିଶ୍ୱାସପ୍ରଶ୍ୱାସ ନେବାରେ ଲୋକଙ୍କୁ ମଧ୍ୟ ବେଳେବେଳେ ଅସୁବିଧା ଦେଖାଯାଇଛି । ଶୁଦ୍ଧ ପବନଟିକେ ଠିକସେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଶୁଦ୍ଧ ପବନଟିକେ ପାଇଁ ଲୋକେ “ଅକ୍ସିଜେନ୍ ବାର୍”ରେ ଭିଡ ଜମାଉଛନ୍ତି । ଆଉ ୧୫ ମିନିଟ୍  ପାଇଁ  ସେମାନଙ୍କୁ ଅତି କମ୍ ରେ ୨୯୯ ଟଙ୍କା ଦବାକୁ ପଡୁଛି ।


୨୬ ବର୍ଷୀୟ ଆର୍ଯ୍ୟବୀର କୁମାର ଏହି ବର୍ଷ ମେ’ ମାସରେ ଦିଲ୍ଲୀର ଏକ ମଲ୍ ରେ ଏମିତି ଏକ “ଅକ୍ସିଜେନ୍ ବାର୍” ଖୋଲିଥିଲେ,ଯାହାର ନାଆଁ ରଖାଯାଇଥିଲା “ଅକ୍ସି ପିଓର୍” । ନିଶ୍ୱାସପ୍ରଶ୍ୱାସ ,ନିଦ୍ରାହୀନତା ପରି ସମସ୍ୟା ଥିବା ଲୋକମାନେ ଏଠାକୁ ଟିକେ ଆରାମ୍ ପାଇବା ପାଇଁ ଆସୁଥିଲେ । ମେ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ଏଠାକୁ ଏତେ ଲୋକ ଆସୁ ନଥିଲେ କିନ୍ତୁ ଅକ୍ଟୋବର ପରଠାରୁ ଯେତେବେଳେ ପ୍ରଦୁଷଣର ମାତ୍ରା ବୃଦ୍ଧି ପାଇଲା ସେବେଠାରୁ ଏଠାରେ ବହୁ ସଂଖ୍ୟକ ଭିଡ ଦେଖିବାକୁ ମିଳୁଛି ।ଶୁଦ୍ଧ ପବନଟିକେ ପାଇଁ ଲୋକେ ୨୯୯ ଟଙ୍କାରୁ ୪୯୯ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି । ଲୋକମାନଙ୍କୁ ସାତଟି ଫ୍ଲେଭରରେ ଏହି ଶୁଦ୍ଧ ପବନ ମିଳୁଛି ।

ଗ୍ରାହକମାନଙ୍କର ଏଭଳି ଆଗ୍ରହକୁ ଆଖି ଆଗରେ ରଖି ଏହି ସଂସ୍ଥା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଖୁବ୍ ଶୀଘ୍ର ଆଉ ଏକ
“ଅକ୍ସି ପିଓର୍” ବାର୍ ଖୋଲିବାକୁ ଯାଉଛନ୍ତି ।

  ')}

Leave a Reply