ନୂଆ ପଞ୍ଚାୟତ ଘୋଷଣା ଦାବିରେ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

1 min read

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳ ଖଜୁରୀଗୁଡ଼ାରେ ପ୍ରଜାମେଳି ।  ବିଭିନ୍ନ ଦାବି ନେଇ ସ୍ୱାଭିମାନ ଅଞ୍ଚଳରେ ଏକାଠି ହୋଇଛନ୍ତି ନାକାମାମୁଡ଼ି, ପଣସପୁଟ, ଯନ୍ତ୍ରୀ ଓ ଅଣ୍ଡିରାପାଲି ପ୍ରଭୃତି ୪ଟି ପଞ୍ଚାୟତର ହଜାର ହଜାର ଆଦିବାସୀ ।

ଖଜୁରୀଗୁଡ଼ାକୁ ପଞ୍ଚାୟତ ଘୋଷଣା ଦାବି କରିଛନ୍ତି ସ୍ଥାନୀୟ ଲୋକେ । ପଞ୍ଚାୟତ ଘୋଷଣା କରାଯାଉ ନଥିବାରୁ ଲୋକଙ୍କୁ ପିଡିଏସ୍ ସାମଗ୍ରୀ ପାଇଁ ନାକାମାମୁଡ଼ି ପଞ୍ଚାୟତ କିମ୍ବା କୋରୁକୋଣ୍ଡା ବ୍ଲକକୁ ଯିବାକୁ ପଡ଼ୁଛି । ତାହା ପୁଣି ଜଳପଥରେ । ଗ୍ରାମ ନଦୀଘାଟରୁ ଡାଇକ-୩ ଲଞ୍ଚଘାଟକୁ ଆସିବାକୁ ବହୁ ଦୂର ପଡୁଛି । ସେଠାରୁ ପୁଣିଥରେ ପଞ୍ଚାୟତ ପ୍ରାୟ ୩ କିଲୋମିଟର ଚାଲି ଚାଲି ଯିବାକୁ ପଡ଼ୁଛି ବୋଲି ଲୋକେ କହିଛନ୍ତି । ଏଥିପାଇଁ କେବଳ ଜଳପଥରେ ଲୋକଙ୍କୁ ୩ ଘଣ୍ଟା ସମୟ ଅପଚୟ କରିବାକୁ ପଡୁଛି । ତେଣୁ, ଖଜୁରୀଗୁଡ଼ାରେ ନୂତନ ପଞ୍ଚାୟତ ସ୍ଥାପନ ପାଇଁ ଲୋକ ଦାବି କରି ଆସୁଛନ୍ତି । ')}

Leave a Reply