spot_img

Latest Posts

ଦ୍ରୌପଦୀଙ୍କ ପାଇଁ ଉତ୍ସବ ମୁଖର ମୟୂରଭଞ୍ଜ, ପ୍ରସ୍ତୁତ ହେଉଛି ୫୦ କୁଇଣ୍ଟାଲ ଲଡୁ

ମୟୂରଭଞ୍ଜ: ଆଜି ଆସିବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ। ସମର୍ଥନ ଦୃଷ୍ଟିରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇପାରନ୍ତି ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ। ନିର୍ବାଚନରେ ବାଜିମାତ୍ କଲେ ଦେଶର ମହାମହିମ ହେବେ ଜଣେ ଓଡ଼ିଆ ଝିଅ।

ତେବେ ନିର୍ବାଚନୀ ଫଳାଫଳ ଘୋଷଣା ପୂର୍ବରୁ ଖୁବ୍ ଉତ୍ସାହିତ ମୟୂରଭଞ୍ଜବାସୀ। ବିଜୟ ଉତ୍ସବ ପାଳିବା ପାଇଁ ପ୍ରସ୍ତୁତ ହୋଇଛି ୫୦ କୁଇଣ୍ଟାଲର ଲଡ଼ୁ। ଆଜି ଫଳାଫଳ ବାହାରିବା ପରେ ପରସ୍ପରକୁ ଲଡ଼ୁ ଖୁଆଇ ଉତ୍ସବ ମନାଇବେ ମୟୂରଭଞ୍ଜବାସୀ।

ଉଲ୍ଲେଖଯୋଗ୍ୟ, ସମର୍ଥନ ଦୃଷ୍ଟିରୁ ଦେଖିବାକୁ ଗଲେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ। ରାଇସିନାରେ ମୁର୍ମୁ ବସିବା ଏକ ପ୍ରକାର ସ୍ପଷ୍ଟ।  କଂଗ୍ରେସକୁ ଛାଡି ଦେଶର ୪୦ରୁ ଅଧିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ ଦେଇଛନ୍ତି। ବିଜେଡି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ପଠାଇବା ପାଇଁ ଜୋରଦାର ପ୍ରୟାସ କରିଛି। ନବୀନ ନିଜେ ଏଥିପାଇଁ ଦମ ଲଗାଇ ଦେଇଥିଲେ ।

ଦଳମତ ନିର୍ବିଶେଷରେ ସମସ୍ତ ଓଡିଆ ଏମପି ଓ ସାଂସଦଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ତେବେ ୬୦ ପ୍ରତିଶତରୁ ଅଧିକ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ମିଳିବ ବୋଲି ଆଶା ।

 

Latest Posts

Don't Miss