5T ଅଧ୍ୟକ୍ଷଙ୍କୁ ଭେଟିଲେ ଏକାଧିକ ସଂଗଠନର କର୍ମକର୍ତ୍ତା

1 min read

ଭୁବନେଶ୍ବର: ନୂଆ ଦାୟିତ୍ବ ପାଇଁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ । ସୋମବାର 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି କିଛି ବିଧାୟକ ଓ ଏକାଧିକ ସଂଗଠନ। ଏହି ଅବସରରେ ସେମାନଙ୍କ ଦାବି ସମ୍ପର୍କରେ 5T ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଯାହା ସେମାନଙ୍କୁ ଅତ୍ୟନ୍ତ ଖୁସି ଦେଇଛି ବୋଲି କହିଛନ୍ତି । ସୋରଡ଼ା ଡ୍ୟାମ ବିସ୍ଥାପିତଙ୍କୁ ଡିସେମ୍ବର ୧୪ରେ ପଟ୍ଟା ମିଳୁଥିବା ଖବର ଶୁଣି ଖୁସି ଅନୁଭବ କରିଛନ୍ତି । ସେହିପରି ନାଲକୋ କର୍ମଚାରୀମାନେ NH 55ର ଦୁରାବସ୍ଥା ନେଇ ଆଲୋଚନା କରିଛନ୍ତି । କାରଣ ଇଣ୍ଡଷ୍ଟ୍ରିଆଲ କରିଡ଼ରକୁ ଯିବା ସମୟରେ ଅନେକ ଦୁର୍ଘଟଣା ଘଟୁଛି । ରାଜ୍ୟ ସରକାର ବି ଏ ନେଇ ଅନେକ ଥର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। କୁଡୁମି ସେନା ବି 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ସେମାନଙ୍କ ପାଇଁ କେନ୍ଦୁଝର ଓ ମୟୁରଭଞ୍ଜରେ ସରକାର ଭବନ ନିର୍ମାଣ କରିଛନ୍ତି । କୁଡୁମି ସେନାର କୁନି ପିଲା କୀର୍ତ୍ତିବାସ ମହାନ୍ତଙ୍କୁ ବୋଇତ ଉପହାର ଦେବା ସହ ଭବିଷ୍ୟତରେ ବଡ଼ ମଣିଷ ହେବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ ।