ବିଜେଡି ପ୍ରତି ବଢ଼ୁଛି ଲୋକଙ୍କ ଆଶା ଓ ବିଶ୍ବାସ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେଡି ପ୍ରତି ଲୋକଙ୍କ ଆଶା ଓ ବିଶ୍ବାସ ସେତେ ବଢୁଛି । ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମରେ ସର୍ଭେ ରିପୋର୍ଟ ପ୍ରକାଶ ପରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ବାସ ଅତୁଟ ରହିଛି । ଜାତୀୟ ଗଣମଧ୍ୟାମର ଜନମତ ସର୍ଭେରୁ ଏହା ସ୍ପଷ୍ଟ । କୃଷି, ଶିଳ୍ପ, ସ୍ବାସ୍ଥ୍ୟ ଓ ଭିତ୍ତିଭୂମିଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖିଛନ୍ତି  । ରୂପାନ୍ତରଣ ପଥରେ ଆଗକୁ ବଢୁଛି ଓଡ଼ିଶା, ଯେଉଁଥିପାଇଁ ବାରମ୍ବାର ଓଡ଼ିଶାବାସୀ ବିଜେଡିକୁ ଆଶୀର୍ବାଦ କରୁଛନ୍ତି ଓ କରିବେ ବୋଲି ଦେବୀ ପ୍ରସାଦ ମିଶ୍ର କହିଛନ୍ତି  ।

ମୁଖ୍ୟମନ୍ତ୍ରୀ ନବୀନ ଲୋକପ୍ରିୟ ଯୋଜନା ସାଙ୍ଗକୁ ଜନ ମଙ୍ଗଳକାରୀ କାର୍ଯ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାଏ । ପ୍ରତି ସମୟରେ ଲୋକଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇବା ସହ ବିକାଶ ପଥରେ ଓଡ଼ିଶାକୁ ଆଗେଇ ନେବାରେ ଅଗ୍ରସର ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାସହ ଜନ ବିରୋଧୀଙ୍କ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣ ଲୋକଙ୍କ ପ୍ରିୟ ହୋଇପାରିଛନ୍ତି । ବିରୋଧୀଙ୍କ ଭଳି ଅଧିକ ଗର୍ଜନ ନକରି କାମରେ ଦେଖାଇବା ସହ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । କେବଳ ନିର୍ବାଚନ ନୁହେଁ ସବୁବେଳେ ସବୁ ସମୟରେ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ସାଥୀ ହେଉଛି ଓଡ଼ିଶା ଲୋକଙ୍କ ବଳ ବିଜୁ ଜନତା ଦଳ । ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବା ହେଉ ବା ଜନ ହିତକର ଯୋଜନା ସବୁଥିରେ ବିଜେଡି ଆଗରେ ରହିଛି । ଯେଉଁଥି ପାଇଁ ଯେତେବେଳେ ବି ସର୍ଭେ ହେଉ ବା ଲୋକମତ ବିରୋଧୀଙ୍କ ମୁହଁ ବନ୍ଦ କରିଛନ୍ତି ।