କାଳବୈଶାଖୀ ଯୋଗୁଁ ଉପକୂଳ ଓଡିଶାରେ କମିଲା ତାତି

ଭୁବନେଶ୍ବର: ଉପକୂଳ ଓଡ଼ିଶାରେ ତାତି କମିଛି। ହେଲେ ପଶ୍ଚିମ ଓଡ଼ିଶାରେ ଜାଳୁଛି। କାଳବୈଶାଖୀ ଯୋଗୁ ପାଗରେ ପରିବର୍ତ୍ତନ ଆସିଛି । ପ୍ରତିଦିନ ଉପକୂଳ ଓଡ଼ିଶାରେ ବର୍ଷା ପବନ ଯୋଗୁ ତାତି କମିଛି। ହେଲେ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀର ସେତେଟା ପ୍ରଭାବ ନଥିବାରୁ ଗରମ ଗୁଳୁଗୁଳି ଜାରି ରହିଛି । ରାଜ୍ୟରେ ଅନେକ ସ୍ଥାନରେ ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବା ସମ୍ଭାବନା ରହିଛି। ଆଗାମୀ ୨ଦିନ ପରେ ଉପକୂଳ ଓଡ଼ିଶାରୁ ଗ୍ରୀଷ୍ମ ପ୍ରବାହ କମିବ। ୬ ତାରିଖ ପରେ ପୁରା ରାଜ୍ୟରୁ ହିଟଓ୍ବେଭରେ ବ୍ରେକ୍ ଲାଗିବାର ସମ୍ଭାବନା ରହିଛି। ତେବେ ୧୭ ଦିନ ପରେ ୪୦ ଡିଗ୍ରି ତଳକୁ ଖସିଛି ରାଜଧାନୀ ତାପାମାତ୍ରା । ଆସନ୍ତ ୬ ତାରିଖରୁ ସାରା ଓଡ଼ିଶାରେ ଘଡ ଘଡି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।