ମାଛ ଧରିବା ପାଇଁ ମାନିଲେନି କରୋନା କଟକଣା

ଡେଲାଙ୍ଗ: କରୋନା ପାଇଁ କଡ଼ା କଟକଣା ଲାଗିଛି । ଲକଡାଉନ୍, ସଟଡାଉନ୍ ସହ ଏକାଠି ହେବାକୁ ମନା କରାଯାଉଛି । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ । ଯେଉଁଠି ମାଛ ଧରିବା ପାଇଁ ଲୋକେ କରୋନା କଟକଣାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି । ରବିବାର ଥିବାରୁ ପୋଖରୀରେ ଜାଲ ଧରି ଶହ ଶହ ଗାଁ ଲୋକ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି ।

People Floats Covid Guidelines For Fishing In Delang

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲା ଡେଲାଙ୍ଗ ବ୍ଲକ ସାନ ଗୁଆଳିପଡ଼ା ଗାଁରେ । କରୋନାକୁ ଭ୍ରୁକ୍ଷେପ ନକରି ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ମାଛ ଧରାରେ ଲାଗି ପଡ଼ିଛନ୍ତି । ଜିଲ୍ଲାରେ ଦୈନିକ ୨୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଡେଲାଙ୍ଗ ବ୍ଲକରେ ସଂକ୍ରମଣ ହାର୍ ଅଧିକ ରହିଛି । ତଥାପି ଲୋକ ନିୟମ ମାନୁ ନଥିବାରୁ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ।

Leave a Reply