ବିଲ ମଝିରେ ପଥର ତଳୁ ବାହାରୁଛି ଡିଜେଲ, ସଂଗ୍ରହ କରିବାକୁ ଜମିଛି ଲୋକଙ୍କ ଭିଡ

କନ୍ଧମାଳ: ପଥର ତଳୁ ବାହାରୁଛି ଡିଜେଲ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତିନି ଛକରୁ ପରପଙ୍ଗା ରାସ୍ତାରେ ଥିବା ବିଲ ମଝିରେ ପଥର ତଳୁ ଡିଜେଲ ବାହାରୁଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଜଣା ପଡିବା ପରେ ସେଠାରୁ ଡିଜେଲ ସଂଗ୍ରହ କରିବା ପାଇଁ ଲୋକଙ୍କ ଭିଡ ଜମିଛି ।

୩ ଶହ ମିଟର ଦୂରରେ ଏକ ପେଟ୍ରୋଲ ଟାଙ୍କ ରହିଥିବାରୁ ସମ୍ଭବତଃ ଏହି ଡିଜେଲ ସେଠାରୁ ଲିକ୍‌ ହେଉଛି ବୋଲି ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ଡିଜେଲ ଷ୍ଟକ ଠିକ୍‌ ରହିଛି ବୋଲି ପମ୍ପ ପକ୍ଷରୁ କୁହାଯାଇଛି । ତେବେ ପଥର ପାଖରେ ଡିଜେଲ କେମିତି ଆସିଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ସେଠାରେ ପହଞ୍ଚି ଅଧିକ ପଚରାଉଚୁରା ଆରମ୍ଭ କରିଛି ।

Leave a Reply