ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲ ଭିତରେ ରାଜକୀୟ ସେବା ନେଇ ଚର୍ଚ୍ଚା, ଏହାକୁ ଖଣ୍ଡନ କଲେ ଜେଲ ସୁପରିଟେଣ୍ଡେଣ୍ଟ

ଭୁବନେଶ୍ୱର: ଏବେ ଜେଲର ୪ କାନ୍ଥ ଭିତରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ମିଞ୍ଜି ମିଞ୍ଜ ଅନ୍ଧାରରେ କଟିଛି ଦ୍ୱିତୀୟ ରାତି । ଜନବିରୋଧି କାର୍ଯ୍ୟକଳାପ ପାଇଁ ସେ ଏବେ କାଟୁଛନ୍ତି ବନ୍ଦୀ ଜୀବନ । କିନ୍ତୁ ଗୋପାଳପୁର ବିଧାୟକଙ୍କୁ ନେଇ ବାହାରେ ଚର୍ଚ୍ଚା ଅନେକ । ପ୍ରଦୀପଙ୍କୁ କୁଆଡ଼େ ଜେଲ ଭିତରେ ଦିଆଯାଉଛି ରାଜକୀୟ ସେବା । ଏନେଇ ଜୋରଦାର ଚର୍ଚ୍ଚା ବାହାରେ ଉଛୁଳା ପଡ଼ୁଛି । ଜେଲ ବାହାରର ଖାଦ୍ୟ ଦିଆଯାଉନଥିବା ଚର୍ଚ୍ଚା ହେଉଛି ।

ସେପଟେ ଖଣ୍ଡନ କରିଛନ୍ତି ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ । ଜେଲ ମାନୁଆଲ ଅନୁସାରେ ପ୍ରଦୀପ ପାଣିଗ୍ରାହୀ ଅନ୍ୟ କଏଦୀ ମାନଙ୍କ ପରି ସୁବିଧା ଦିଆଯାଉଛି । ପ୍ରଦୀପ ସଂଘରୋଧ କେନ୍ଦ୍ର  ୱାର୍ଡ ନମ୍ବର ୧୪ରେ ରହୁଛନ୍ତି ।

ପ୍ରଦୀପଙ୍କୁ ଖାଇବା ପାଇଁ ଗୋଟିଏ ଥାଳି ରହିଛି ୨ଟି ଗିନା ଓ ଶୋଇବା ପାଇଁ ୨ଟା କମ୍ବଳ ଦିଆଯାଇଥିଲା । ଆଜି ସାକାଳୁ ଚୁଡ଼ା ଉପମା, ଘୁଘୁନୀ ଖାଇବାକୁ ଦିଆଯାଇଥିଲା । ଅର୍ଡର ଅନୁସାରେ ପାଖକୁ ନୁହେଁ ଲାଇନରେ ଠିଆ ହୋଇ ମାଗି ଖାଇବାକୁ ପଡ଼ିଥିଲା । ଆଜି ସାଢେ ୧୧ଟା ବେଳେକୁ ଲଞ୍ଚ କରିବେ ।

Leave a Reply