ମେଳି ବାନ୍ଧିବାକୁ ମନା କରିବାରୁ କରୋନା ଯୋଦ୍ଧାଙ୍କୁ ଆକ୍ରମଣ, ଭିଡିଓ ଭାଇରାଲ…

1 min read

ପଶ୍ଚିମବଙ୍ଗ: ପୁଣି କରୋନା ଯୋଦ୍ଧାଙ୍କୁ ଆକ୍ରମଣ । ଅସହାୟ ମଣିଲେ କରୋନା ଯ଼ୋଦ୍ଧା । ଏମିତି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ହାଉଡା ଅଞ୍ଚଳରୁ । ହାଉଡ଼ା ଟିକିଆପଡାର ଏକ ମାର୍କେଟରେ ଏଭଳି ଘଟଣା ଘଟିଥିବା ଦେଖାଯାଇଛି ।

କିଛି ଦୁର୍ବୃତ୍ତ ପୋଲିସ ଉପରକୁ ଢେଲା ମାଡ଼ କରିଛନ୍ତି । ଢ଼େଲା ମାଡ଼ରେ ଦୁଇ ଜଣ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଜି ଉକ୍ତ ମାର୍କେଟରେ ଲୋକଙ୍କର ଭିଡ଼ ଜମିବାକୁ ଲାଗିଥିଲା । ଏହାକୁ ରୋକିବାକୁ ଚେଷ୍ଟା କରିବାରୁ ପୋଲିସ କର୍ମୀଙ୍କୁ ଲୋକଙ୍କ ଢ଼େଲା ମାଡ଼ର ଶିକାର ହେବାକୁ ପଡ଼ିଥିଲା ।

ସୂଚନାଅନୁଯାୟୀ ବଜାରରେ ଭିଡ଼ ଜମୁଥିବା ଖବର ପାଇ ପ୍ରଥମେ ପୋଲିସ କର୍ମୀମାନେ ସେଠାରେ ପହଁଚିଥିଲେ । ଆଉ ଗହଳି ନକରିବାକୁ ଲୋକଙ୍କୁ ବୁଝାସୁଝା କରିବା ସହ ଅନୁରୋଧ କରିଥିଲେ । ହେଲେ ଲୋକମାନେ ବୁଝିବାକୁ ନାରାଜ ଥିଲେ । ପୋଲିସ ବାରମ୍ବାର ଗହଳି ନକରିବାକୁ କହିବାରୁ କିଛି ଲୋକେ ଉତ୍ୟକ୍ତ ହୋଇ ସଂଘବଧ ଭାବେ ଆକ୍ରମଣ କରିଥିଲେ । ଏହାସହ ଢେଲା ମାଡ଼ ମଧ୍ୟ କରିଥିଲେ । ଫଳରେ ଅସହାୟ ଅବସ୍ଥାରେ ପୋଲିସ କର୍ମୀମାନେ ସେଠାରୁ ଦୌଡି ପଳାଇଥିଲେ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସାରା ଦେଶରେ ଏଭଳି ଘଟଣାକୁ ନିନ୍ଦା କରାଯାଉଛି ।

https://www.facebook.com/itzvickky/videos/pcb.10219575216882599/10219575216402587/?type=3&theater

https://www.facebook.com/photo.php?fbid=10219575215562566&set=pcb.10219575216882599&type=3&theater

https://www.facebook.com/itzvickky/videos/pcb.10219575216882599/10219575216402587/?type=3&theater

Leave a Reply