ନିମ୍ନମାନର କାମ ଯୋଗୁ ହିନସ୍ତା: ଧୋଇଗଲା ଆପ୍ରୋଚ

1 min read

ବୌଦ୍ଧ,( ସୀମୁନ ନାଏକ): ବୌଦ୍ଧ ଜଗନ୍ନାଥ ସଡକ ଦେଇ ଯାଇଥିବା ହରଭଙ୍ଗା ରାମଗଡ ଲକ୍ଷ୍ମୀନାଳ ଉପରେ ସେତୁ ତିଆରି ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଥିଲା  । ବହୁବାର ସମସ୍ୟା ନେଇ ଅଭିଯୋଗ ପରେ ବ୍ରିଜ୍ ତିଆାରି କରାଗଲା ସତ, ହେଲେ ନିମ୍ନମାନ କାମ ଯୋଗୁ ଉଭୟ ପାର୍ଶ୍ବର ଆପ୍ରୋଚ ରାସ୍ତା ବର୍ଷା ପାଣିରେ ଧୋଇ ହୋଇଯାଇଛି  ।

ପୁଣି ସମାନ ସମସ୍ୟା ଦେଖାଦେଇଛି  । ଗତ ୮ ବର୍ଷ ତଳେ ବୌଦ୍ଧ ଜଗନ୍ନାଥ ସଡକ ଦେଇ ଯାଇଥିବା ହରଭଙ୍ଗା ରାମଗଡ ଲକ୍ଷ୍ମୀନାଳ ଉପରେ ଏକ ସେତୁ ତିଆରି କରାଯାଇଥିଲା  । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ଉପରେ ଆଖପାଖ ଅଞ୍ଚଳର ୫୦ ଖଣ୍ଡ ଗାଁ ଲୋକ ଭରସା କରିଥାନ୍ତି   । ହେଲେ ଠିକ ଭାବରେ ପଥର ପ୍ୟାଚିଂ କରାଯାଇ ନଥିବାରୁ ଏବେ ବ୍ରିଜର ଉଭୟ ପାର୍ଶ୍ବର ଆପ୍ରୋଚ ରାସ୍ତା ବର୍ଷା ପାଣିରେ ଧୋଇ ହୋଇଯାଇଛି  ।

ଅନ୍ୟପଟେ ରାସ୍ତା ଧୋଇ ହୋଇଯିବାରୁ ପ୍ରତିଦିନ ବିପଦପୂର୍ଣ୍ଣ ଭାବରେ ଯାତାୟତ କରୁଛନ୍ତି ଲୋକ  । ଆଗକୁ ନଦୀରେ ପାଣି ବଢିହେଲେ ସ୍ଥିତି ଆହୁରି ସଙ୍ଗୀନ ହେବାର ଆଶଙ୍କା ଦେଖାଦେଇଛି  ।  ଲୋକଙ୍କ ଯାତାୟତ ସୁବିଧା ପାଇଁ ଦୀର୍ଘ ଦିନର ଦାବି ପରେ ତିଆରି ହୋଇଥିଲା ବ୍ରିଜ୍  ।

ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏବେ ପୁଣି ସମାନ ସମସ୍ୟା ଦେଖାଦେଇଛି  । ଏନେଇ ଅଭିଯୋଗ ପରେ ଏହାର ତଦନ୍ତ କରାଯାଇ ତୁରନ୍ତ ସମାଧାନ କରାଯିବା ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଳାପାଳ  । ଘଟଣାର ତୁରନ୍ତ ସମାଧାନ କରାନଗଲେ ଆଗକୁ ଆହୁରି ସମସ୍ୟା ବଢିବ  ।

https://www.facebook.com/NandighoshaTV/videos/2567807793481116/

Leave a Reply