ଅମଳ ଧାନରେ ହାତୀଙ୍କ ନଜର, ଗାଁରେ ପଶୁଛନ୍ତି ଫସଲ ନଷ୍ଟ କରୁଛନ୍ତି

ଭୁବନେଶ୍ବର: କୁଳଡିଆ ଅଭୟାରଣ୍ୟ ପଞ୍ଚଲିଙ୍ଗେଶ୍ଵର ବିଟ୍ ସୁନ୍ୟମଣ୍ଡପ ନିକଟରେ ହାତୀ ଆତଙ୍କ। ଅମଳ ହେବାକୁ ଥିବା ଧାନ ଫସଲକୁ ନଷ୍ଟ କରୁଛନ୍ତି ହାତୀ । ଧାନକ୍ଷେତରେ କଟା ହୋଇ ରଖାଯାଇଥିବା ଧାନକୁ ପ୍ରତିଦିନ ହାତୀ ଆସି ନଷ୍ଟ କରୁଛନ୍ତି। ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି ହାତୀପଲ ।ଏନେଇ ଚାଷୀଙ୍କୁ କ୍ଷତିପୂରଣ ପାଇଁ ଦାବି ହୋଇଛି । ବନବିଭାଗ ପହଞ୍ଚି  ହାତୀ ଘଉଡାଇବାକୁ ପ୍ରୟସ କରୁଛନ୍ତି ।

ଅନ୍ୟପଟେ ୧୬ ନମ୍ବର  ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ଗୋଟିକିଆ ଦନ୍ତାକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଗତ କାଲି ରାତିରେ ଖାଦ୍ୟ ଲୋଭରେ ଗୋଟିକିଆ ଦନ୍ତା ହାତୀ ନିକଟସ୍ଥ  ଜଙ୍ଗଲରୁ  ପଳାଇ ଆସି ଟାଙ୍ଗୀ ବାଇପାସରେ ଆତଙ୍କ ମଚାଇଥିଲା ।

ସ୍ଥାନୀୟ ବ୍ରାହ୍ମଣ ଡିହ ଗ୍ରାମବାସୀ ମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଧାନ ଫସଲ କଟା ହୋଇ ନଥିବାରୁ ଦନ୍ତା ହାତୀ ବ୍ୟାପକ ନଷ୍ଟ କରିଥିଲା । ଲୋକେ ଏକାଠି ହୋଇ ହାତୀକୁ ଘଉଡ଼ାଇବାରୁ ହାତୀ ଟି ୧୬ ନମ୍ବର ଜାତୀୟ ରାଜପଥ ଉପରକୁ ପଳାଇ ଆସିଥିଲା । କିଛି ସମୟ ପାଇଁ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ହୋଇ ଯାଇଥିଲା । ଖବର ପାଇ ଟାଙ୍ଗୀ ବନ ବିଭାଗ କର୍ମଚାରି ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହାତୀକୁ ରାତିରେ ନିକଟସ୍ଥ ଜଙ୍ଗଳକୁ ଘଉଡ଼ାଇବାରେ ସଫଳ ହୋଇଥିଲେ ବନ କର୍ମଚାରୀ । ଫଳରେ ଚାଷୀ ମାନେ ଆଶ୍ୱସ୍ତ ହୋଇଛନ୍ତି ।