କଳାହାଣ୍ଡି ପିଅନ ହତ୍ୟା ମାମଲାରେ ଆସିଲା ରାୟ, ୩ପୁଅ ଓ ମା’କୁ ଆଜୀବନ ଜେଲଦଣ୍ଡ

କଳାହାଣ୍ଡି: ୫ବର୍ଷ ପରେ ଆସିଲା ରାୟ । ୩ପୁଅ ଓ ମାକୁ ଆଜୀବନ ଜେଲଦଣ୍ଡ । ମାଆ ସମେତ ତିନି ପୁଅକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । କଳାହାଣ୍ଡି ଜୁନାଗଡ଼ ଥାନା ଆଟି ଗାଁର ବହୁ ଚର୍ଚ୍ଚିତ ପିଅନ ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି । ହତ୍ୟାରେ ସଂପୃକ୍ତ ମାଆ ଓ ତିନି ପୁଅକୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଲଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ।

୧୪ ଜୁନ୍ ୨୦୧୮ରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ କାର୍ଯ୍ୟରତ ଅସ୍ଥାୟୀ ପିଅନ ଛାୟାକାନ୍ତ ଦଣ୍ଡସେନାଙ୍କୁ ହତ୍ୟା କରାଯାଇଥିଲା । ସରକାରୀ ଜାଗାରେ ଘର ନିର୍ମାଣକୁ ବିରୋଧ କରି ଛାୟାକାନ୍ତଙ୍କୁ ଜୀବନରୁ ମାରି ଦେଇଥିଲେ ମାଆ ପୁଅ । ଘଟଣାରେ ସଂପୃକ୍ତ ୪ ଅଭିଯୁକ୍ତ ହେଲେ ତିନି ଭାଇ ରାଧୁ, ଯଦୁ, ପିତ ଦଣ୍ଡସେନା ଓ ମାଆ କୁଚିତା ଦଣ୍ଡସେନା । ଆଜୀବନ କାରାଦଣ୍ଡାଦେଶ ସହ 50 ହଜାର ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ହେଲେ ପୁଣି ଏକ ବର୍ଷ ଜେଲ୍ ହେବ ।