ପିଇଓଙ୍କ ଦାଦାଗିରି: ସ୍ଥାନୀୟ ବାସିନ୍ଦାଙ୍କୁ ଦେଉଛନ୍ତି ଖୋଲାଖୋଲି ଧମକ

ପିଇଓଙ୍କ ଦାଦାଗିରି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଉଛନ୍ତି ଧମକ। ଘରୁ ଉଠାଇ ନେବି. ମୋତେ ଚିହ୍ନିନ. ମୁଁ ବହୁତ ଖରାପ. ମୋ ସହିତ ଲାଗ ନାହିଁ .. ଏଭଳି କହି ଜଣେ ପିଇଓ ସ୍ଥାନୀୟ ବାସିନ୍ଦାଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି। କପ୍ତିପଦା ବ୍ଲକ ମାଙ୍କଡ଼ପଡା ପଞ୍ଚାୟତର ପିଇଓ ପ୍ରଶାନ୍ତ ପଟ୍ଟନାୟକ। ଯିଏ କି ଗତ ମାସ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ବିକାଶ ବାହାନ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଦାୟିତ୍ୱରେ ଥିଲେ। ବିକାଶ ବାହାନ ରଥ ଉଦଘାଟନ ଦିନ ମାଙ୍କଡ଼ପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏହି ଘଟଣା ଘଟିଥିଲା। ପିଇଓ ଜଣେ ବ୍ୟକ୍ତିଙ୍କୁ ଖୋଲାଖୋଲି ଧମକ ଦେଇଥିଲେ। ସମସ୍ତଙ୍କ ସାମ୍ନାରେ ପିଇଓ ଜଣକ ହିତାହିତ ଜ୍ଞାନ ଭୁଲି ଗାଳି ଗୁଲଜ କରିବା ସହ ପଦବୀର ଗରମ ଦେଖାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ସମ୍ପୃକ୍ତ ପିଇଓଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିବାରୁ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଛନ୍ତି।